ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲା ସେନା : ୩ ଆତଙ୍କବାଦୀ ମୃତ

ପ୍ରତିଶୋଧ ନେଲା ସେନା-1

ଶୋପିୟାଁ: ଭାରତୀୟ ସେନା ନେଲା ସହିଦ ଯବାନଙ୍କ ବଳିଦାନର ବଦଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେଲେ ଆଉ ୩ ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିୟାଁରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି। ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡ଼ିଛି। ମୁଖତାର ଶାହ ବିହାରର ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା। ପୁଲିସର ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି। ଘଟଣାସ୍ଥଳରେ ଏବେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ଗତକାଲି ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇ ଆଜି ପ୍ରତ୍ୟୁଷରେ ସୁରନକୋଟ୍‌ ଅନ୍ତର୍ଗତ ‘ଡିକେଜି’ ନିକଟ ଗାଁରେ ଅଭିଯାନ ଆରମ୍ଭ ହୋଇଥିଲା। ୩/୪ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ମନେକରି ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲା। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ହଠାତ୍‌ ତଲାସକାରୀ ଯବାନମାନଙ୍କ ଉପରକୁ ଭୀଷଣ ଗୁଳିଗୋଳା ଚଳାଇବାରୁ ‘ଜେସିଓ’ ଏବଂ ଅନ୍ୟ ୪ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ରହସ୍ୟ ଘେରରେ ସାମ୍ବାଦିକଙ୍କ ପୁଅଙ୍କ ହତ୍ୟା : ୫ରୁ ଅଧିକ ସାଙ୍ଗଙ୍କୁ ପଚରାଉଚରା, ଜଣେ ଅଟକ

Tue Oct 12 , 2021
ଭୋଜି କରିବାକୁ ଡାକିନେଇ ହତ୍ୟା କରିଥିବା କହିଲେ ନବୀନ ଦାସ ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ ଗୁଡୁଙ୍କ ଶବ ପାତ୍ରପଡ଼ା ପୋଖରୀରୁ ମିଳିବା ଘଟଣାକୁ ଇତିମଧ୍ୟରେ ୩୬ଘଣ୍ଟା ପୂରିଗଲାଣି। ମାତ୍ର ତାଙ୍କୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା, ଏଯାଏ ସେହି ରହସ୍ୟ ଉପରୁ ପରଦା ହଟିପାରିନାହିଁ। ପୁଲିସ ଗୁଡୁଙ୍କର କିଛି ବନ୍ଧୁଙ୍କ ସମେତ ୫ରୁ ଅଧିକ ଲୋକଙ୍କୁ […]
ସାମ୍ବାଦିକଙ୍କ ପୁଅକୁ ଅପହରଣ ପରେ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial