ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା : ଅଭିଯୁକ୍ତ ଗୋପାଳକୁ ଦୋଷୀ ସାବ୍ୟସ୍ତ କଲା କ୍ରାଇମବ୍ରାଞ୍ଚ

ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଛି ତଦନ୍ତକାରୀ ଏଜେନ୍ସି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ ୩୦୭/୩୦୨/ଆର୍ମ୍ସ ଆକ୍ଟ ୨୭(ଏ) ଅନୁଯାୟୀ ଚାର୍ଜ ଫ୍ରମ୍ କରାଯାଇଛି। ତେବେ କ୍ରାଇମବ୍ରାଞ୍ଚ କେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଗୋପାଳ ଜାଣତ ଅବସ୍ଥାରେ ହତ୍ୟା କରିଛି ଓ ଏହା ଏକ ପୂର୍ବ ପରିକଳ୍ପିତ (ପ୍ରି ପ୍ଲାନ ମର୍ଡର) ହତ୍ୟାକାଣ୍ଡ ବୋଲି ଦର୍ଶାଯାଇଛି। ବ୍ୟକ୍ତିଗତ ରାଗ ରଖି ଗୋପାଳ ନବ ଦାସଙ୍କୁ ହତ୍ୟା କରିଛି। ଗୋପାଳ ପାଗଳ ନୁହେଁ, ତାର ବାଇପୋଲାର ଡିଜର୍ଡର ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ଆଜି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରା ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି। ସେହି ସମୟରେ ସଦର ଏସଡିପିଓ ନିର୍ମଳ ମହାପାତ୍ର ମଧ୍ୟ ଉପସ୍ଥିତ ଥିବାର ସୂଚନା ରହିଛି। ଆଜି ଡିଏସପି ରମେଶ ଦୋରାଙ୍କ ନେତୃତ୍ୱରେ ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଗତ ଜାନୁଆରି ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗରସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ଦିଲ୍ଲୀ ଫରେନସିକ୍ ଲ୍ୟାବ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

Share Now:

Kalinga News Beuro

Next Post

ମୁମ୍ବାଇ ଏୟାରପୋର୍ଟରେ ୧୨ ଘଣ୍ଟା ଫସିରହିଲେ ୩୦୦ ଯାତ୍ରୀ

Fri May 26 , 2023
ମୁମ୍ବାଇ : ଭିଏତନାମର ଭିଏଟ୍ ଜେଟ୍ ଏୟାରର ଏକ ଫ୍ଲାଇଟ୍ ୧୦ ଘଣ୍ଟା ବିଳମ୍ବ ହେବା ଯୋଗୁଁ ପ୍ରାୟ ୩୦୦ ଯାତ୍ରୀ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧୨ ଘଣ୍ଟା ଧରି ଫସି ରହିଥିଲେ। ବିମାନଟି ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯିବାର ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୦ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନରେ ତ୍ରୁଟି ଯୋଗୁଁ […]
୧୨ ଘଣ୍ଟା ଫସିରହିଲେ ୩୦୦ ଯାତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial