ଡିସିପି ଅଫିସ ଆଗରେ ଦୋକାନୀଙ୍କୁ ନିର୍ମମ ହତ୍ୟା, ୨ ଅଟକ

ଡିସିପି ଅଫିସ ଆଗରେ ଦୋକାନୀଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ମାମଲାରେ ୨ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ସୌମ୍ୟ କୁଣ୍ଡୁ ନାମକ ଜଣେ ପାନ ଦୋକାନୀଙ୍କୁ ୬/୭ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସୌମ୍ୟ କୁଣ୍ଡୁଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣାଯାଇଛି। ସହିଦ ନଗର ପୁଲିସ ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

୨୦ ଦିନ ପରେ ଗାଡ଼କଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ

Wed Aug 31 , 2022
ଭୁବନେଶ୍ୱର: ୨୦ ଦିନ ପରେ ଗାଡ଼କଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ। ଟ୍ରକ ଯୋଗେ ଟିଟିଏସରୁ ଭୁଆଶୁଣି ଡ଼ମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ। ଦୈନିକ ଦୁଇ ଶହ ଟ୍ରକରେ ଉଠିବ ଅଳିଆ। ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ, ଏବଂ ୯ ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି, ରାଜଧାନୀର ପ୍ରତି […]
୨୦ ଦିନ ପରେ ଉଠିଲା ଅଳିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial