୨୦ ଦିନ ପରେ ଗାଡ଼କଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ

୨୦ ଦିନ ପରେ ଉଠିଲା ଅଳିଆ

ଭୁବନେଶ୍ୱର: ୨୦ ଦିନ ପରେ ଗାଡ଼କଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ। ଟ୍ରକ ଯୋଗେ ଟିଟିଏସରୁ ଭୁଆଶୁଣି ଡ଼ମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ। ଦୈନିକ ଦୁଇ ଶହ ଟ୍ରକରେ ଉଠିବ ଅଳିଆ। ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ, ଏବଂ ୯ ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି, ରାଜଧାନୀର ପ୍ରତି ଘରୁ ଦୈନିକ ଯୋଗାଡ଼ ହେଉଥିବା ଅଳିଆକୁ ଭୁବନେଶ୍ୱର ଭିତରେ ଏମସିସି ଓ ଏମଆରଏଫ୍ ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ମେୟର ଓ କମିସନର। ଡ଼ମ୍ପିୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କଣ ପଦକ୍ଷେପ ନେଉଛି ତାହାର ନିୟମିତ ବ୍ୟବଧାନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ସମୀକ୍ଷା କରିବେ। ସେହିଭଳି ବିଏମସି କମିସନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ସମନ୍ୱୟ ବୈଠକ ବସିବ।

Share Now:

Kalinga News Beuro

Next Post

ଆଜିଠୁ ପାର୍ବଣର ଶ୍ରୀଗଣେଶ : ଦୌତ୍ୟନଗରୀରେ ପୂଜାର ମାହୋଲ ସରଗରମ

Wed Aug 31 , 2022
କଟକ: ଆସନ୍ତାକାଲି ଗଣେଶ ପୂଜା। ଏଥିପାଇଁ ସଜେଇ ହୋଇଛି ସହର। ଗଲା ଦୁଇ ବ‌‌ର୍ଷ କରୋନା ପାଇଁ ରସହୀନ ହୋଇଯାଇଥିବା ପୂଜା ଚଳିତ ବର୍ଷ ଉତ୍ସାହର ସହ ପାଳନ ହେବାକୁ ଯାଉଛି। ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହରର ସବୁ ଗଳିକନ୍ଦି, ସହରବଜାର, ସାହିବସ୍ତି। କରୋନା କଟକଣା ନଥିବାରୁ ସାଜସଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭସାଣି ‌ଶୋଭାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ସହରର ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ୍‌କୁ […]
ପାର୍ବଣର ଶ୍ରୀଗଣେଶ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial