ପରଲୋକରେ ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀ

ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି। ମହାରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ତାଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି। ଆଉଜଣେ ବୋହୂ ବିଶାଖାପାଟଣାରୁ ଆସୁଥିବାର ସୂଚନା ମିଳିଛି। ସେ ପହଞ୍ଚିବା ପରେ ଜୟପୁର ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ରାଣୀ ରମା କୁମାରୀ ଦେବୀଙ୍କର ଅନ୍ତିମ ସଂସ୍କାର କରାଯିବ। ଏଣେ ରାଣୀଙ୍କ ମୃତ୍ୟୁ ଖବର ପାଇ ଜୟପୁର ରାଜପ୍ରସାଦରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଉଲ୍ଲେଖଯୋଗ୍ୟ, ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ସ୍ବର୍ଗତ ରାମକୃଷ୍ଣ ଦେଓଙ୍କ ପତ୍ନୀ। ତାଙ୍କର ଦୁଇ ପୁଅଙ୍କର ଆଗରୁ ଦେହାନ୍ତ ହୋଇଛି।

Share Now:

Kalinga News Beuro

Next Post

ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କଲେ ‘ସବୁଜ ମଣିଷ’ ସୁଧୀର

Mon Jan 2 , 2023
ରୋପଣ କରିଛନ୍ତି ଦେଢ଼ଲକ୍ଷ ଚାରା ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେ ହେଉଛନ୍ତି, ବ୍ରହ୍ମପୁର ସହରର ସୁଧୀର ରାଉତ। ‘ସବୁଜ ମଣିଷ’ ଭାବେ […]
ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial