ନିଖୋଜ ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର

ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ବସ୍ତା: ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ କୁଶଡିହା ଗ୍ରାମରେ ଗତକାଲିଠାରୁ ଏକ ଶିଶୁ ନିଖୋଜ ଥିଲା। ଆଜି ଉକ୍ତ ଶିଶୁପୁତ୍ରର ମୃତଦେହ ଗ୍ରାମର ଏକ ପୋଖରୀରୁ ଉଦ୍ଧାର ହୋଇଛି। ବସ୍ତା ଥାନା ଅନ୍ତର୍ଗତ କୁଶଡିହା ଗ୍ରାମର ଅରୁଣ ରାମଙ୍କର ୨ବର୍ଷର କୁନି ପୁଅ ରିତିକ ରାମ୍‌ ଗତକାଲି ବଡ଼ଭାଇ ରିଶି ରାମ୍‌ ସହିତ ସକାଳ ପ୍ରାୟ ୬.୩୦ ମିନିଟ୍ ସମୟରେ ଘରେ ବସି ମୋବାଇଲ ଦେଖୁଥିଲା। ରିତିକର ମାଆ ତାଙ୍କର ଦୁଇ ପୁଅଙ୍କୁ ମୋବାଇଲ ଦେଖିବା ପାଇଁ ଦେଇ ଘର କାମରେ ଲଗିଯାଇଥିଲେ। ଯେତେବେଳେ ମାଆ ନିଜର ଘର କାମ ଶେଷ କରି ଫେରିଲେ ତ ସେ ଆଉ ସେ ତାଙ୍କର ୨ ବର୍ଷର କୁନି ପୁଅ ରିତିକକୁ ପାଇଲେନାହିଁ। ତାପରେ ସେ ସାହିପଡ଼ିଶା ସମସ୍ତଙ୍କୁ ଜଣାଇ ବହୁ ଖୋଜାଖୋଜି ଆରମ୍ଭ କରିଦେଲେ। ତା’ ସ୍ୱତ୍ତେ ମଧ୍ୟ ସେ ପିଲାକୁ ପାଇଲେ ନାହିଁ। ଶେଷରେ ନିରାଶ ହୋଇ ପରିବାର ଲୋକ ବସ୍ତା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ଥାନା ଅଧିକାରୀ ବସ୍ତା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ପାଖରେ ଥିବା ୩ଟି ପୋଖରୀରେ ବହୁତ୍ ଖୋଜିଲେ। କିନ୍ତୁ ରିତିକ ମିଳିଲା ନାହିଁ। ଶେଷରେ ରିତିକର ବାପା ଚାରିଆଡୁ ନିରାଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳ ସମୟରେ ପିଲାଟି ଘର ନିକଟସ୍ଥ ଏକ ଗାଡିଆରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍‌ : ଗୋଟିଏ ଦିନରେ ୩୦ ଆକ୍ରାନ୍ତ ଚିହ୍ନଟ

Fri Sep 15 , 2023
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫ୍‌ସ। ଗତକାଲି ଗୋଟିଏ ଦିନରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଞ୍ଚିଛି। ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଗତ ଜାନୁଆରି ୧ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫ୍‌ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ […]
ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial