ଝିଅର ଶବ ପାଖରେ ବସିିଥିବା ପିତାଙ୍କୁ ଗୋଇଠା ମାରିଲା ପୁଲିସ

ହାଇଦ୍ରାବାଦ: ସାଧାରଣ ଜନତାଙ୍କ ସେବା କରିବା ପୁଲସର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥାଏ। କିନ୍ତୁ ଅନେକ ସମୟରେ ପୁଲିସ ଏମିତି କିଛି କାମ କରିଥାଏ, ଯାହାକି ଖାକି ପୋଷାକରେ ଦାଗ ଲଗାଇ ଦେଇଥାଏ। ଏମିତି ଏକ ଘଟଣାର ଭିଡିଓ ତେଲେଙ୍ଗାନାରୁ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ସେୟାର କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
ଏହି ଭିଡିଓରେ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଜଣେ ମୃତ ଝିଅର ବାପାଙ୍କୁ ପୁଲିସ ଗୋଇଠା ମାରୁ ଥିବା ଦେଖିବାକୁ ମିଳୁଛି। ଭିଡିଓରେ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ପୁଲିସର ଏଭଳି କାମକୁ ନିନ୍ଦା କରିଛନ୍ତି। ଏହି ଘଟଣା ଗତ ବୁଧବାର ଘଟିଥିବା ଜଣାପଡ଼ିଛି। ପୁଲିସ ମୃତ ଝିଅର ଶବକୁ ନେଇ ଯାଉଛି। ଏହି ସମୟରେ ମୃତ ଝିଅଙ୍କ ପିତା ସେଠାକୁ ଆସି ଚଟାଣରେ ବସି ପଡ଼ୁଛନ୍ତି। ଏହାପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍‌ପିଟାଲ ନିଆଯାଇଥିଲା। ବ୍ୟବଚ୍ଛେଦ ପରେ ଛାତ୍ରୀଙ୍କ ମୃତଦେହକୁ ମର୍ଗରେ ରଖା ଯାଇଥିଲା। କୁହାଯାଉଛି କି, କଲେଜରେ ଛାତ୍ରଛାତ୍ରୀମାନେ ଉକ୍ତ ଛାତ୍ରୀଙ୍କ ମୃତଦେହକୁ ରଖି ପ୍ରଦର୍ଶନ କରିବାକୁ ଚାହୁଁଥିଲେ। ଏହି ସମୟରେ ପୁଲିସକର୍ମଚାରୀ ସେଠାରେ ପହଞ୍ଚି ମୃତଦେହକୁ ପୁଣିଥରେ ନେଇ ଯାଇଥିଲେ। ଏହି ସମୟରେ ହଠାତ ମୃତ ଛାତ୍ରୀଙ୍କ ପିତା ସେଠାରେ ପହଞ୍ଚି ପୁଲିସ ସାମ୍ନାରେ ବସି ପଡ଼ିଥିଲେ। ସାମ୍ନାରୁ ହଟିବା ପାଇଁ ପୁଲିସ ବୃଦ୍ଧା ପିତାଙ୍କୁ ଗୋଇଠା ମାରିଥିବା ସ୍ଥାନୀୟଲୋକେ କହୁଛନ୍ତି। ଉଲ୍ଲେଖଯୋଗ୍ୟ, ସଙ୍ଗାରେଡ୍ଡି ଜିଲ୍ଲାସ୍ଥିତ ନାରାୟଣା ଜୁନିୟର କଲେଜରେ ୧୬ବର୍ଷୀୟ ଛାତ୍ରୀ ସନ୍ଧ୍ୟା ରାଣୀ ପାଠପଢ଼ୁଥିଲେ। ସେ ଦ୍ୱାଦଶଶ୍ରେଣୀର ଛାତ୍ରୀ ଥିଲେ। ପ୍ରକାଶିତ ରିପୋର୍ଟ ଅନୁସାରେ, ଛାତ୍ରୀ ହଷ୍ଟେଲର ଫଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। କିନ୍ତୁ ମୃତକଙ୍କ ପରିବାର ଡାକ୍ତରଙ୍କ ଅବହେଳା ପାଇଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କାରଣ ଗତ ୪ଦିନ ହେବ ସନ୍ଧ୍ୟାଙ୍କ ଶରୀର ଅସୁସ୍ଥ ରହିଥିଲା।

Share Now:

Kalinga News Beuro

Leave a Reply

Next Post

ଆଜି ଦ୍ଵିତୀୟ ଓ ତୃତୀୟ ସମାବର୍ତ୍ତନ ଉତ୍ସବ : ଏମ୍‌ସର ଗର୍ବ ଓଡ଼ିଆ ଝିଅ ଡା. ମନୀଷା ଓ ଡା. ରୋଜାଲିନ୍‌

Sat Feb 29 , 2020
ଖଣ୍ଡଗିରି: ଶନିବାର ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍‌ସର ଦ୍ଵିତୀୟ ଓ ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ୨୦୧୩ ଓ ୨୦୧୪ମସିହାର ଏମ୍‌ବିବିଏସ୍, ବିଏସ୍‌ସି ନର୍ସିଂ, ବିଏସ୍‌ସି ପାରାମେଡିକାଲ ଓ ଏମ୍‌ଡି/ଏମ୍‌ଏସ୍ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରାଯିବ। ୨୦୧୩ ଓ ୨୦୧୪ ମସିହା ପାଇଁ ଶ୍ରେଷ୍ଠ ଏମ୍‌ବିବିଏସ୍ ଗ୍ରାଜୁଏଟ୍‌ ଭାବେ ଓଡ଼ିଆ ଝିଅ ମନୀଷା ମହାନ୍ତି ଓ ରୋଜାଲିନ୍ ପରିଡ଼ାଙ୍କୁ ସମ୍ମାନିତ କରାଯିବ। ଆଜି ଏମ୍‌ସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial