ନୂଆଦିଲ୍ଳୀ: ଅଗଷ୍ଟ ୨୩ ତାରିଖ ସଂଧ୍ୟା ୬ଟା ୬ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପଠାଇଥିବା ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍। ଏହାସହିତ ଭାରତ ଏକ ନୂଆ ଇତିହାସ ରଚନା କରିଥିଲା। ସେହି ସମୟରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହେଉଥିଲା। ଅର୍ଥାତ ପୃଥିବୀରେ ସୂର୍ଯ୍ୟ ଅସ୍ତ ହେଉଥିବା ବେଳେ ଚନ୍ଦ୍ରରେ ଉଦୟ ହେଉଥିଲା। ସୋସିଆଲ୍ ମିଡିଆ ଏକ୍ସ (ଟୁଇଟ୍ର)ରେ ଇସ୍ରୋ ଜାରିକରିଥିବା ଭିଡିଓରେ ଏହା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଦିନ ଥିବା ଅବସ୍ଥାରେ ହିଁ ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡର୍କୁ ଅବତରଣ କରାଇବାର ପୂର୍ବରୁ ଯୋଜନା କରିଥିଲେ। କାରଣ ଆମର ଏଠାରେ ୧୪ ଦିନ ସହ ଚନ୍ଦ୍ରପୃଷ୍ଠର ଗୋଟାଏ ଦିନ ସମାନ। ଲ୍ୟାଣ୍ଡର୍ ଅବତରଣ ବେଳେ ଚନ୍ଦ୍ରରେ ଦିନ ହୋଇଥିଲା ମାନେ ପୃଥିବୀର ୧୪ ଦିନ ପର୍ଯ୍ୟନ୍ତ ଏବେ ସେଠାରେ ଦିନ ହିଁ ରହିବ।
‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡର୍ ଓ ରୋଭର୍ରେ ସୋଲାର ପ୍ୟାନେଲ୍ ଖଞ୍ଜା ଯାଇଛି। ଯାହାଫଳରେ ସୂର୍ଯ୍ୟକିରଣରୁ ଶକ୍ତି ନେଇ ସେ ନିଜେ ନିଜକୁ ଚାର୍ଜ କରିବେ। ସେହି ପ୍ୟାନେଲ୍ ଜରିଆରେ ହିଁ ଯାନକୁ ଶକ୍ତି ମିଳୁଛି। ଯାହାଫଳରେ ବ୍ୟାଟେରି ଚାର୍ଜ ହୋଇ ରହିବ ଓ ଯାନ ଠିକ୍ ଭାବେ କାମ କରିଚାଲିବ। ତେବେ ଅନ୍ଧାର ହେବାର କିଛି ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର୍ ଏବଂ ରୋଭର୍ କାମ କରିପାରେ। ଚାର୍ଜ ସରିଗଲା ପରେ ଯାନ କାମ କରିବା ବନ୍ଦ କରିଦେବ। ଏହା ପରେ ପୁଣି ୧୪-୧୫ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟକୁ ଅପେକ୍ଷା କରିବାକୁ ପଡ଼ିବ। ହୋଇପାରେ ସୂର୍ଯ୍ୟକିରଣ ପାଇ ତାହା ପୁଣି ଥରେ ସକ୍ରିୟ ହୋଇ କାମ କରିବା ଆରମ୍ଭ କରିଦେଇପାରେ।
ଲ୍ୟାଣ୍ଡର୍ ଅବତରଣ କରିବା ବେଳକୁ ଚନ୍ଦ୍ରରେ ଦିନ ଥିଲା ନା ରାତି?
Share Now: