ଲଦାଖରେ ସ୍ଥିତି ଗୁରୁତର:ତିନି ସେନାର ଜରୁରୀ ବୈଠକ ଡକାଇଲେ ମୋଦୀ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଛି। ଏହାକୁ ନେଇ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍ଥିତିର ସମୀକ୍ଷା କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀ ବୈଠକ ଡକାଇଛନ୍ତି। ବୈଠକରେ ସିଡିଏସ ବିପିନ ରାୱତ, ତିନିସେନା ମୁଖ୍ୟ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ମୋଦୀ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସିଗଲାଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅଲଗାଭାବେ ସିଡିଏସ ରାୱତ ଓ ତିନିସେନା ମୁଖ୍ୟଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସୀମାରେ ଚୀନ ସେନା ନିଜର ଶକ୍ତି ବଢାଇଚାଲିଥିବାବେଳେ ଭାରତ ମଧ୍ୟ ତାହାକୁ ତାଳଦେଇ ନିଜର ସୈନସଂଖ୍ୟା ବଢାଇଚାଲିଛି। ଦୁଇଦେଶ ମଧ୍ୟ କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ। ଚୀନ ସୀମାରେ ଭାରତ ପକ୍ଷରୁ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଛି। ମାତ୍ର ଏଥର ସ୍ଥିତି ଅଧିକ ଗୁରୁତର ଆକାର ଧାରଣ କରିବାରେ ଲାଗିଛି। ତେବେ ଚୀନର ଚାପ ସତ୍ତ୍ୱେ ସୀମାରେ ସଡ଼କ ଓ ପୋଲ ଆଦି ଭିତ୍ତିଭୂମି ନିର୍ମାଣ ଜାରି ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ଚୀନ ସେନା ଭାରତୀୟ ସୀମା ମଧ୍ୟରୁ ଫେରିଯିବାକୁ ମନା କରିଦେଇଛି। ଭାରତ ନିର୍ମାଣ କାମ ବନ୍ଦ ନକଲେ ଉତ୍ତେଜନା କମିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଦେଇଛି। କିନ୍ତୁ କାମ ବନ୍ଦ ହେବ ନାହିଁ ଭାରତ ରୋକଠୋକ କହିଦେଇଛି।

Share Now:

Kalinga News Beuro

Next Post

ବିନା ବାଜା, ରୋ‌ଶଣିରେ ଅନୁଷ୍ଠିତ ହେବ ଶ୍ରୀଲିଙ୍ଗରାଜଙ୍କ ବିବାହ

Tue May 26 , 2020
ରହିବେ ୭ଜଣ ସେବାୟତ, ଆସିବ ଯୌତୁକ ଇନ୍ଦ୍ରହାତୀ ପୁରୁଣା ଭୁବନେଶ୍ୱର: ବାଜିବନି ବାଜା, ଫୁଟିବନି ବାଣ, ଜଳିବନି ଲାଇଟ୍‌। ମଶାଲ, ଘଣ୍ଟ, କାହାଳି ବାଜି ଠାକୁର ଯାତ୍ରା କରିବେ। ଲକ୍‌ଡାଉନ୍‌ ଯୋଗୁଁ ଏପରି କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନୀତି ସମ୍ପନ୍ନ ହେବ। କୌଣସି ଶୋଭାଯାତ୍ରା ନକରି ନିରାଡ଼ମ୍ବର ଭାବେ ଠାକୁରଙ୍କ ବିବାହ ପାଇଁ ଯିବେ। ବିବାହ ସମୟରେ ମାତ୍ର ୭ଜଣ ସେବାୟତ ରହି ନୀତି ସମ୍ପାଦନ କରିବେ। ସେମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial