ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କଲେ:୪୯ ପୂର୍ବତନ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ: କଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲା ପାଇଁ ଦେଶର ୪୯ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏକ ମୁକ୍ତ ଚିଠି ଲେଖି ଏହି ଅଧିକାରୀମାନେ ଦେଶରେ ଏସବୁ ଘଟଣା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିଗିଡ଼ି ଯାଇଥିବା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକରେ ଘଟୁଥିବା ଏଭଳି ଭୟଙ୍କର ହିଂସାକାଣ୍ଡ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି କେବଳ ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଦାୟୀ ବୋଲି ପତ୍ରରେ ଲେଖାଯାଇଛି। ଉକ୍ତ ଅବସରପ୍ରାପ୍ତ ଅମଲାମାନେ ଦାବି କରିଛନ୍ତି ଯେ ସେମାନେ କୌଣସି ରାଜନୈତିକ ଦଳ ସହ ଜଡ଼ିତ ନୁହନ୍ତି କିନ୍ତୁ ଦେଶରେ ବର୍ତ୍ତମାନର ପରିସ୍ଥିତି ଏକ ମହାସଙ୍କଟ ରୂପେ ଉଭା ହୋଇଛି।
ତେବେ ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରୁ ଦେଶ କିଭଳି ଆଗକୁ ବଢ଼ିପାରିବ ତାହା କେବଳ ସରକାର ହିଁ ନିର୍ଦ୍ଧାରଣ କରିପାରିବେ ସେମାନେ ଉକ୍ତ ପତ୍ରରେ ଦର୍ଶାଇଛନ୍ତି। ସ୍ୱାଧୀନତା ପ୍ରାପ୍ତି ହେବାପରେ ଏଭଳି ପରିସ୍ଥିତି ଦେଶରେ ସବୁଠାରୁ ଅନ୍ଧକାୟ ସମୟ କିନ୍ତୁ ଏନେଇ ଆମକୁ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳଠାରୁ ଯେଉଁ ଉତ୍ତର ମିଳିଛି ତାହା ଯଥେଷ୍ଟ ନୁହେଁ ବୋଲି ସେମାନେ କହିଛନ୍ତି। ତେବେ ଏଭଳି ଜଘଣ୍ୟ ଅପରାଧ ଘଟିଥିବା ଦୁଇଟି ଯାକ ରାଜ୍ୟରେ ବିଜେପି କ୍ଷମତାରେ ଥିବାରୁ ଏହି ଦୁଇଟିଯାକ କାଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ ବୋଲି କୁହାଯାଇଛି। ଏହି ପତ୍ରରେ ପୂର୍ବତନ କୋଇଲା ସଚିବ ଚନ୍ଦ୍ରଶେଖର ବାଳକ୍ରୀଷ୍ଣନ୍‌, ପୂର୍ବତନ ପୁଲିସ ମୁଖ୍ୟ ମୀରା ବରଓ୍ଵାଙ୍କର ଏବଂ ଜୁଲିଓ ରେବେଇରୋ, ପୂର୍ବତନ ବିଦେଶ ସଚିବ ନରେଶ୍ୱର ଦୟାଲ, ଇଟାଲୀରେ ଭାରତର ପୂର୍ବତନ ରାଷ୍ଟ୍ରଦୁତ କେପି ଫାବିୟାନ୍‌ ଏବଂ ପୂର୍ବତନ ସ୍ୱାସ୍ଥ୍ୟ ସଚିବ ସୁଜାତା ରାଓ ପ୍ରମୁଖ ସ୍ୱାକ୍ଷର କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସୈନ୍ୟବାହିନୀ ଛାଡ଼ି ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେଲେ କାଶ୍ମୀର ଯୁବକ

Tue Apr 17 , 2018
ଶ୍ରୀନଗର: ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀରେ ନିଯୁକ୍ତ ଜଣେ କାଶ୍ମୀର ଯୁବକ ଅନ୍ୟତ୍ର ବଦଳି ହେବା ପରେ ସେନାବାହିନୀ ଛାଡ଼ି ମୌଳବାଦୀ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି। ଭାରତୀୟ ସେନାର ସିପାହୀ ଇଦ୍ରିସ ମୀର ସେନାରୁ ଛୁଟି ନେଇ ଦକ୍ଷିଣ କଶ୍ମୀରସ୍ଥିତ ସୋପିଆନା ଜିଲ୍ଲାରେ ଥିବା ନିଜ ଘରକୁ ଯାଇଥିବା ବେଳେ ଗତ ଏକ ସପ୍ତାହ ହେଲା ନିଖୋଜ ହୋଇ ଯାଇଥିଲେ। ପରେ ଏ କେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial