ସୈନ୍ୟବାହିନୀ ଛାଡ଼ି ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେଲେ କାଶ୍ମୀର ଯୁବକ

ଶ୍ରୀନଗର: ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀରେ ନିଯୁକ୍ତ ଜଣେ କାଶ୍ମୀର ଯୁବକ ଅନ୍ୟତ୍ର ବଦଳି ହେବା ପରେ ସେନାବାହିନୀ ଛାଡ଼ି ମୌଳବାଦୀ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି। ଭାରତୀୟ ସେନାର ସିପାହୀ ଇଦ୍ରିସ ମୀର ସେନାରୁ ଛୁଟି ନେଇ ଦକ୍ଷିଣ କଶ୍ମୀରସ୍ଥିତ ସୋପିଆନା ଜିଲ୍ଲାରେ ଥିବା ନିଜ ଘରକୁ ଯାଇଥିବା ବେଳେ ଗତ ଏକ ସପ୍ତାହ ହେଲା ନିଖୋଜ ହୋଇ ଯାଇଥିଲେ। ପରେ ଏ କେ ୪୭ ଧରି ମୁଜାହିଦ୍ଦିନ ଗୋଷ୍ଠୀରେ ମିଶିଥିବାର ଇଦ୍ରିସ ମୀରଙ୍କ ଫଟୋ ସୋସିଆଲ ମଡିଆରେ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମଧ୍ୟ ସମାନ କଥା ଘୋଷଣା କରାଯାଇଛି। ତେବେ ଭାଇରାଲ ହୋଇଥିିବା ଫଟୋଟି ଇଦ୍ରିସ ମୀରଙ୍କର କିମ୍ବା ନୁହେଁ ତାର ତର୍ଜମା କରାଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି।
ଭାରତୀୟ ସେନାର ୧୨ ଜମ୍ମୁ ଓ କଶ୍ମୀର ଲାଇଟ ଇନ୍‌ଫାଣ୍ଟ୍ରିରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ଇଦ୍ରିସ ମୀରଙ୍କର ବିହାରରେ ପୋଷ୍ଟିଂ ଥିଲା। ତେବେ ନିକଟରେ ତାଙ୍କର ଝାଡ଼ଖଣ୍ଡକୁ ବଦଳି ହୋଇଥିଲା। ମାତ୍ର ଗତ ଏପ୍ରିଲ ୧୨ ତାରିଖ ଦିନ ଇଦ୍ରିସ ସୋପିଆନା ଜିଲ୍ଲାର ସଫନଗରସ୍ଥିତ ନିଜ ଘରକୁ ଯାଇଥିଲେ। ମାତ୍ର ସେହି ରାତିରୁ ଇଦ୍ରିସ ନିଖୋଜ ହୋଇ ଯାଇଥିଲେ।
ତେବେ ଇଦ୍ରିସ ନିଖୋଜ ହେବାର ପର ଦିନ ତାଙ୍କ ବାପା ମହମ୍ମଦ ସୁଲତାନ ମୀର ଇଦ୍ରିସଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ଏ ନେଇ କୁହାଯାଇଛି ଯେ ବିଏସସି ପଢ଼ୁଥିବା ବେଳେ ଇଦ୍ରିସ ସେନାରେ ଯୋଗ ଦେଇଥିଲେ। ତେବେ ଇତ ମଧ୍ୟରେ ଇଦ୍ରିସ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହିତ ହିଜ୍‌ବୁଲ ମୁଜାହିଦ୍ଦିନ ସଙ୍ଗଠନରେ ସାମିଲ ହୋଇଥିବା ଗତ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିିବାଏକ ଫଟୋରୁ ଜଣାଯାଇଛି।

Share Now:

Kalinga News Beuro

Leave a Reply

Next Post

କବରରୁ ସଦ୍ଦାମ ହୁସେନଙ୍କ ଶବ ଗାଏବ

Tue Apr 17 , 2018
ବାଗଦାଦ: ଇରାକର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କ ମୃତଦେହ ତାଙ୍କ କବରରୁ କିଏ କ ଗାଏବ କରି ନେଇଛିି। କବର ଭିତରେ ସଦ୍ଦାମ ହୁସେନଙ୍କ ଶବ ନ ଥିବା ଘଟଣା ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ଶହଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ସ୍ୱେଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କୁ ଆମେରକା ସେନା ଗିରଫ କରିଥିଲା। ଦୀର୍ଘ ଦିନ ଧରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial