ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ

ଏପ୍ରିଲ ୧ରୁ ମହଙ୍ଗା

ଅପରିବର୍ତ୍ତିତ ରହିଲା ସ୍ୱଳ୍ପ ସଞ୍ଚୟ ସ୍କିମ ସୁଧହାର

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ। ଆସନ୍ତା କାଲିଠାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇଁ ଲୋକମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ। ସେଗୁଡ଼ିକ ମଧ୍ୟରେ ରହିଛି ଔଷଧ, ସିଏନଜି, ପାଇପ ଏଲପିଜି ଗ୍ୟାସ, ସିମେଣ୍ଟ ଇତ୍ୟାଦି। ପ୍ରାୟ ୮୦୦ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟବୃଦ୍ଧି ହୋଇପାରେ । ପୁଣି ଯଦି ଦୈନିକ ତେଲଦର ବୃଦ୍ଧିକୁ ହିସାବକୁ ନିଆଯାଏ, ତେବେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢିବ । କେବଳ ଏତିକି ନୁହେଁ, କ୍ରିପ୍ଟୋକରେନ୍ସି କିଣିବା ମଧ୍ୟ ମହଙ୍ଗା ହୋଇପାରେ। କାରଣ ଏପ୍ରିଲ ୧ରୁ କ୍ରିପ୍ଟୋକରେନ୍ସି ଉପରେ ମିଳୁଥିବା ଲାଭ ଉପରେ ସରକାର ୩୦ ପ୍ରତିଶତ ଟିକସ ଲଗାଇବେ। ଅନ୍ୟପକ୍ଷରେ ଏହି ଆର୍ଥିକ ବର୍ଷର ପ୍ରଥମ ତିନିମାସ ଅର୍ଥାତ ଏପ୍ରିଲ-ଜୁନ ପାଇଁ ସରକାର ସ୍ବଳ୍ପ ସଂଚୟ ସ୍କିମ ଉପରେ ଦିଆଯାଉଥିବା ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ପିପିଏଫ, ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ସଂଚୟ ସ୍କିମ, ପୋଷ୍ଟ ଅଫିସ ସଂଚୟ ସ୍କିମ, ଜାତୀୟ ସଂଚୟ ସାର୍ଟିଫିକେଟ ସ୍କିମ ଇତ୍ୟାଦି । ପିପିଏଫ ଉପରେ ୭.୧ ପ୍ରତିଶତ ସୁଧ ମିଳୁଥିବାବେଳେ ବରିଷ୍ଠ ନାଗରିକ ସଂଚୟ ସ୍କିମ ଉପରେ ୭.୪ ପ୍ରତିଶତ, ପୋଷ୍ଟ ଅଫିସ ସଂଚୟ ସ୍କିମ ଗୁଡ଼ିକରେ ୫.୫ରୁ ୬.୭ ପ୍ରତିଶତ ସୁଧ, ଏନଏସସି ଉପରେ ୬.୮ ପ୍ରତିଶତ ସୁଧ ମିଳୁଛି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ :୨୦ କିଲୋ ଆରଡିଏକ୍ସ ରଖିଥିବା ଦାବି କଲା ଅଜଣା ବ୍ୟକ୍ତି

Fri Apr 1 , 2022
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବାକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଛି। ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ହସ୍ତଗତ ହୋଇଛି । ଏହି ଧମକ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇଦିଆଯିବା ସହ ଇ-ମେଲର ଉତ୍ସ ଖୋଜାଯାଉଛି। ଏହାର ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଏହି ଇ-ମେଲରେ ଉକ୍ତ ବ୍ୟକ୍ତି କହିଛି ଯେ ତା ପାଖରେ ସେ […]
ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial