ପୁଞ୍ଚ୍‌ରେ ଅନୁପ୍ରବେଶ ଉଦ୍ୟମ ବିଫଳ : ଜଣେ ଆତଙ୍କବାଦୀ ନିହତ, ଆଉ ଜଣଙ୍କୁ ଗୁଳି ମାଡ଼

ପୁଞ୍ଚ୍‌ରେ ଅନୁପ୍ରବେଶ ଉଦ୍ୟମ ବିଫଳ

ଜମ୍ମୁ: ରବିବାର ରାତିରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିବା ସହିତ ଆଉ ଜଣଙ୍କ ଉପରକୁ ଗୁଳି ଚଳାଇ ଅନୁପ୍ରବେଶ ଉଦ୍ୟମ ବିଫଳ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ରାତ୍ରୀର ଅନ୍ଧକାରରେ କେତେଜଣ ଆତଙ୍କବାଦୀ ଲୁଚି ଲୁଚି ସୀମା ଏପାରିକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଦେଗୱାର୍‌ ସେକ୍ଟର୍‌ରେ ସଜାଗ ଥିବା ଯବାନମାନଙ୍କ ଦୃଷ୍ଟିରେ ପଡ଼ିଥିଲେ। ତା’ପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଜମ୍ମୁସ୍ଥିତ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ସୁନୀଲ୍‌ ବର୍ତୱାଲ୍‌ କହିଛନ୍ତି, ଅତର୍କିତ ଆକ୍ରମଣ ପାଇଁ ସଜାଗ ଥିବା ସେନା ଯବାନମାନେ ରାତି ପ୍ରାୟ ୨ଟା ବେଳେ ଗଡ଼ି ବାଟାଲିୟନ୍‌ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ସହିତ ମୁକାବିଲା କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି, ଦେଗୱାର ତେରବା ସାଧାରଣ ଅଞ୍ଚଳରେ ୨ଜଣ ବ୍ୟକ୍ତି ନିୟନ୍ତ୍ରଣ ରେଖା ଟପି ଆସିଥିଲେ। ଫଳରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଗୁଳିଚୋଟରେ ଜଣେ ଆତଙ୍କବାଦୀ ଟଳି ପଡ଼ିଥିବା ବେଳେ ଆଉ ଜଣେ ପିଣ୍ଟୁ ନଳା ଆଡ଼କୁ ପଳାଇ ଯାଇଛନ୍ତି। ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅଭିଯାନରେ ସାମିଲ ହୋଇଥିବା ଯବାନମାନେ କହିଛନ୍ତି ଯେ, ଗୁଳିଚୋଟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାରିନାହିଁ। ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇ ତଲାସ ଅଭିଯାନ ଜାରି ରଖାଯାଇଛି।

Share Now:

Kalinga News Beuro

Next Post

ସାଳନ୍ଦୀ ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ, ଜଣେ ଉଦ୍ଧାର

Mon Aug 7 , 2023
ଖଇରା: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ବରଦା ଅଞ୍ଚଳରେ ଅଘଟଣ। ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ନିକଟରେ ଘଟିଛି ଏକ ଅଘଟଣ ଘଟିଛି। ସାଳିନ୍ଦୀ ନଦୀରେ ଗାଧୋଉଥିବାବେଳେ ୩ଜଣ ଯୁବକ ପାଣି ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ଜଣ ଏବେ ସୁଦ୍ଧା ନିଖୋଜ ଥିବା ଜଣାଯାଇଛି। ଆଜି ଖଇରା ବ୍ଲକ ବଡ଼ଜୟପୁର ପଞ୍ଚାୟତ ସାନଜୟପୁର ଗାଁର […]
ସାଳନ୍ଦୀ ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial