୬ଷ୍ଠରୁ ୮ମ ପିଲାଙ୍କ ପାଇଁ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଜାରି କଲା କେନ୍ଦ୍ର

ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏବର୍ଷ ଦେଶର ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି। ଏପର୍ଯ୍ୟନ୍ତ ପିଲାମାନେ ସ୍କୁଲ କିମ୍ବା କଲେଜ ଯାଇପାରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଆଜି ଉଚ୍ଚ ପ୍ରାଥମିକ ଅର୍ଥାତ ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଏକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଆସନ୍ତା ଦୁଇମାସ ପାଇଁ ଏହି ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ସେ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୧ ମାସର ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ।

କରୋନା ସମୟରେ ମୁଖ୍ୟତଃ ଘରେ ରହି ପିଲାମାନେ କିପରି ଶିକ୍ଷାଲାଭ କରିପାରିବେ ତାହା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ସ୍ମାର୍ଟଫୋନ, ଟେଲିଭିଜନ,ଏସଏମଏସ,ରେଡିଓ କିମ୍ବା ସୋସିଆଲ ମିଡିଆର ବ୍ୟବହାର କରି ଶିକ୍ଷାଲାଭ କରିବାକୁ ଏଥିରେ ବ୍ୟବସ୍ଥା ଅଛି। ମନ୍ତ୍ରୀ କହିଛନ୍ତି ଯେ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କୁ ସଶକ୍ତ କରିବ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଘରେ ରହି କରୋନା ସହ ଲଢିବା ସହ ନିଜର ଶିକ୍ଷାକୁ ଆଗେଇ ନେଇପାରିବେ। ଏହା ପୂର୍ବରୁ ଏନସିଇଆରଟି ପକ୍ଷରୁ ଅନ୍ୟ ଶ୍ରେଣୀଗୁଡ଼ିକ ପାଇଁ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଜାରି କରାଯାଇଥିଲା। ସପ୍ତାହିକ ଯୋଜନା ଭିତ୍ତିରେ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହି ଶିକ୍ଷା କ୍ୟାଲେଣ୍ଡର ଡିଟିଏଚ ଚ୍ୟାନେଲଗୁଡ଼ିକ ମାଧ୍ୟମରେ ପ୍ରସାରିତ କରାଯିବ। ଆହୁରି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିବିଏସଇ, ରାଜ୍ୟ ଶିକ୍ଷା ବୋର୍ଡ, ଏସସିଆରଟି, ନବୋଦୟ ବିଦ୍ୟାଳୟ ସଂଗଠନ ଆଦିଙ୍କ ସହ ଏ ସଂପର୍କରେ ଆଲୋଚନା କରାଯିବ।

Share Now:

Kalinga News Beuro

Next Post

ଭାରତରେ କିନ୍ନରଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ନିଆଯାଇଥିବା ପଦକ୍ଷେପର ରିପୋର୍ଟ ତଲବ କଲେ ଏଚଆରସି

Mon Aug 3 , 2020
ନୂଆଦିଲ୍ଲୀ: ଦେଶରେ କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ ରିପୋର୍ଟ ମାଗିଛି। ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଫାଇଲ୍ କରିଥିବା ପିଟିସନ୍‌ ଆଧାରରେ ଜାତୀୟ ମାନବିକ ଅଧିକାର କମିସନ ଏହି ଆଦେଶ ଜାରି କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ନ ମିଳିଲେ ସମ୍ପୃକ୍ତ […]
କିନ୍ନରଙ୍କ ଦୁର୍ଦ୍ଦଶାର ପ୍ରତିକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial