ସାଳନ୍ଦୀ ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ, ଜଣେ ଉଦ୍ଧାର

ସାଳନ୍ଦୀ ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଖଇରା: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ବରଦା ଅଞ୍ଚଳରେ ଅଘଟଣ। ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ନିକଟରେ ଘଟିଛି ଏକ ଅଘଟଣ ଘଟିଛି। ସାଳିନ୍ଦୀ ନଦୀରେ ଗାଧୋଉଥିବାବେଳେ ୩ଜଣ ଯୁବକ ପାଣି ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ଜଣ ଏବେ ସୁଦ୍ଧା ନିଖୋଜ ଥିବା ଜଣାଯାଇଛି। ଆଜି ଖଇରା ବ୍ଲକ ବଡ଼ଜୟପୁର ପଞ୍ଚାୟତ ସାନଜୟପୁର ଗାଁର ୧୮ଜଣ ଲୋକ ଜଳ ଢାଳିବା ପାଇଁ ଯିବା ସମୟରେ ଘଟିଛି ଏହି ଅଘଟଣ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ସଦସ୍ୟ ପହଞ୍ଚି ଯୁବକଙ୍କୁ ଖୋଜୁଥିବା ସୂଚନା ରହିଛି।

Share Now:

Kalinga News Beuro

Next Post

ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’ : ଏସିଆରେ ବି ସଂକ୍ରମଣ ବଢିବା ଆଶଙ୍କା

Mon Aug 7 , 2023
ଲଣ୍ଡନ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କାୟା ମେଲାଇଛି କୋଭିଡ୍। ଏବେ ଇଂଲଣ୍ଡରେ ଏରିସ୍ ବା ଇଜି.୫.୧ ନାମକ ଏକ ନୂଆ କୋଭିଡ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ସମଗ୍ର ବ୍ରିଟେନରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁଲାଇ ୩୧ତାରିଖରେ ପ୍ରଥମେ ଏହାକୁ ଭାରିଏଣ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏରିସ୍ ହେଉଛି ଓମିକ୍ରୋନ୍ ଷ୍ଟ୍ରେନର ଏକ ସବ୍-ଭାରିଏଣ୍ଟ। ଏହା ଏବେ ଦ୍ଵିତୀୟ ସର୍ବାଧିକ ସଂକ୍ରମଣଶୀଳ ଭାରିଆଣ୍ଟରେ […]
ବ୍ରିଟେନରେ ବ୍ୟାପୁଛି କୋଭିଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial