କୋଲ୍‌କାତା ମେୟର୍‌ ଓ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଘରେ ‘ସିବିଆଇ’ ଚଢ଼ଉ

କୋଲ୍‌କାତା ମେୟର୍‌ ଓ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଘରେ ‘ସିବିଆଇ’ ଚଢ଼ଉ

କୋଲ୍‌କାତା: ପଶ୍ଚିମବଙ୍ଗ ପୌରପାଳିକା ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଆଜି ‘ସିବିଆଇ’ କୋଲ୍‌କାତା ମେୟର୍‌ ଫିର୍‌ହାଦ୍‌ ହକିମ୍ ଓ ‘ତୃଣମୂଳ କଂଗ୍ରେସ’ ବିଧାୟକ ମଦନ ମିତ୍ରଙ୍କ ବାସଭବନ ସମେତ ପଶ୍ଚିମବଙ୍ଗରେ ୧୫ଟି ସ୍ଥାନରେ ଚଢ଼ଉ କରିଛି। ଆଜି ସକାଳେ ‘ସିବିଆଇ’ର ଏକ ଟିମ୍‌ ମେୟର୍‌ ହକିମ୍‌ଙ୍କ ଦକ୍ଷିଣ କୋଲ୍‌କାତାସ୍ଥିତ ବାସଭବନରେ ପହଞ୍ଚି ତଲାସ ଅଭିଯାନ ଚଳାଇଛି। ତଲାସ ଆରମ୍ଭ ହେବା ମାତ୍ରେ ହକିମ୍‌ଙ୍କ ସମର୍ଥକମାନେ ବାସଭବନ ବାହାରେ ସମବେତ ହୋଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତିରେ ଅନିୟମିତତା କରିଥିବା ଅଭିଯୋଗର ‘ସିବିଆଇ’ ଏହି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି, ପୂର୍ବତନ ମନ୍ତ୍ରୀ ତଥା ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କମାରହାଟୀର ବିଧାୟକ ମଦନ ମିତ୍ରଙ୍କ ବାସଭବନରେ ବି ‘ସିବିଆଇ’ ଚଢ଼ଉ କରିଛି। କୋଲ୍‌କାତା ଛଡ଼ା, ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ହାଲିସହାହାର ଓ କଞ୍ଚନପଡ଼ାକୁ ମଧ୍ୟ ‘ସିବିଆଇ’ ଟିମ୍‌ ଯାଇଛନ୍ତି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ହାଲିସ୍‌ହାହାରର ପୂର୍ବତନ ଚେୟାର୍‌ମ୍ୟାନ୍‌ଙ୍କ ଘରକୁ ‘ସିବିଆଇ’ ଟିମ୍‌ ଯାଇଛି। ସେହିପରି, ‘ସିବିଆଇ’ର ଏକ ୪ଜଣିଆ ଟିମ୍‌ ତୃଣମୂଳ କଂଗ୍ରେସ ନେତା ଅଶୁଂମାନ ରାୟଙ୍କ ଘରକୁ ମଧ୍ୟ ଯାଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍‌ ୨୧ ତାରିଖ‌ରେ କାଲ୍‌କାଟା ହାଇକୋର୍ଟର ଜଣିକିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଉପରୋକ୍ତ ଦୁର୍ନୀତି ମାମଲାର ତଦନ୍ତ ଭାର ଗ୍ରହଣ କରିବା ଲାଗି ‘ସିବିଆଇ’କୁ ଆଦେଶ ଦେଇଥିଲେ।

Share Now:

Kalinga News Beuro

Next Post

‘ଆଇସିସି’ କ୍ରିକେଟ ବିଶ୍ୱକପ : ଟସ୍‌ ଜିଣି ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ

Sun Oct 8 , 2023
ଚେନ୍ନାଇ: ଆଜି ଚେନ୍ନାଇସ୍ଥିତ ‘ଏମ୍‌. ଏ. ଚିଦମ୍ବରମ୍‌ ଷ୍ଟାଡିୟମ୍‌’ରେ ଆୟୋଜନ କରାଯାଇଥିବା ‘ଆଇସିସି’ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କୁମିନ୍‌ସ୍‌ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୨ ଓଭର୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଅଷ୍ଟ୍ରଲିଆ ୫ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ଓପେନର୍‌ ଯୋଡ଼ି ଭାବେ ଖେଳୁଛନ୍ତି […]
download

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial