ଚଳିତ ଥର ଦୁର୍ଗା ମଣ୍ଡପରେ ୟୁଟ୍ୟୁବରଙ୍କ ପ୍ର‌ବେଶ ନିଷିଦ୍ଧ

ଦୁର୍ଗା ମଣ୍ଡପରେ ୟୁଟ୍ୟୁବରଙ୍କ ପ୍ର‌ବେଶ ନିଷିଦ୍ଧ

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ୨ମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଦେଶ-ବିଦେଶର କଳାକାରମାନେ ମା’ ଦୁର୍ଗାଙ୍କ ପ୍ରତିମା ସହିତ ମଣ୍ଡପ ସଜେଇବାକୁ ଆସି ପହଞ୍ଚିଯାଇଥିଲେ।କଳାକାରମାନେ ଦୁର୍ଗା ମା’ଙ୍କ ପ୍ରତିମା ଠାରୁ ଆରମ୍ଭ କରି ମଣ୍ଡପଗୁଡ଼ିକୁ ଅତି ସ୍ବତନ୍ତ୍ର ଭାବେ ସଜେଇ ଥାଆନ୍ତି। ଯାହାକୁ ଦେଖିବା ମାତ୍ରେ ଆଖି ଝଲସି ଉଠିଥାଏ। ଏଥିପାଇଁ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥାଏ। ତେବେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟରଙ୍କ ହେତୁ ପୂଜା ମଣ୍ଡପର ଫଟୋ ଓ ଭିଡିଓ ଭାଇରାଲ ହୋଇଯାଇଥାଏ। ଯେଉଁଥିପାଇଁ ଲୋକଙ୍କ ଆସିବା ସଂଖ୍ୟା କମି ଯାଇଥାଏ। କାରଣ ସେମାନଙ୍କ ମନରେ ମଣ୍ଡପ କେମିତି ହୋଇଥିବ, କେମିତି ଦେଖାଯାଉଥିବ ନେଇ ଯେଉଁ ଉତ୍ସାହ ଭରି ରହିଥାଏ ସେହି ଉତ୍ସାହ ମଣ୍ଡପର ଭାଇରାଲ ଫଟୋ ଓ ଭିଡିଓ ଦେଖି ଭାଙ୍ଗି ଯାଇଥାଏ। ନଚେତ ଫଟୋ ଉଠାଇବା ହେତୁ ୟୁଟୁବ୍ୟରମାନେ ଭିଡ଼ କରିବା ହେତୁ ଅନ୍ୟ ଲୋକଙ୍କୁ ଦର୍ଶନର ସୁବିଧା ମିଳିପାରେ ନାହିଁ। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଚଳିତ ଥର କୋଲକାତାର କିଛି ମଣ୍ଡପରେ ୟୁଟ୍ୟୁବରଙ୍କ ପ୍ରବେଶକୁ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମର୍ଥନ କରାଯାଇଛି। ଏଥିସହିତ ଏହି ନିୟମ ପ୍ରତ୍ୟେକ ମନ୍ଦିର, ମଲ ଆଦି ସ୍ଥାନମାନଙ୍କରେ ବି ଲାଗୁ କରାଯିବା ଉଚିତ ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି।

Share Now:

Kalinga News Beuro

Next Post

ଆଜି ସାରା ରାଜ୍ୟରେ ଘରୋଇ ବସ୍‌ ସେବା ବନ୍ଦ : ଯାତ୍ରୀ ହନ୍ତସନ୍ତ

Fri Oct 20 , 2023
ଭୁବନେଶ୍ବର: ଆଜି (ଶୁକ୍ରବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା କାରଣରୁ ସାରା ରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି। ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ। କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି। ବସ୍ ଧର୍ମଘଟ ହେତୁ ବହୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial