ଘାସ ଭଳି ଦେଖାଯାଉଥିବା ରହସ୍ୟମୟ ସାପ ଉଦ୍ଧାର

ରହସ୍ୟମୟ ସାପ ଉଦ୍ଧାର

ନୂଆଦିଲ୍ଲୀ: ପ୍ରକୃତିରେ ଅନେକ ରହସ୍ୟ ଭରି ରହିଛି। ପୃଥିବୀରେ ଏମିତି ଅନେକ ପ୍ରାଣୀ, ପକ୍ଷୀ ଓ ଉଦ୍ଭିଦ ରହିଛନ୍ତି ଯାହାକୁ ଆଜି ପର୍ଯ୍ୟନ୍ତ ନା କେହି ଦେଖିଛନ୍ତି ନା ତାର ନାମ ଜାଣିଛନ୍ତି। ଏପରି ଏକ ଅଦ୍ଭୁତ ଜୀବ ବିଷୟରେ ଆମେ କହିବାକୁ ଯାଉଛୁ। ଦୁନିଆରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳିଥାଆନ୍ତି। ଆପଣ ନିଶ୍ଚୟ ଅନେକ ପ୍ରକାରର ସାପ ପ୍ରଜାତି ମଧ୍ୟ ଦେଖିଥିବେ, କିନ୍ତୁ ନିକଟରେ ଏକ ଅଜବ ସାପ ଉଦ୍ଧାର ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସାପଟି ଥାଇଲାଣ୍ଡର ଏକ ସନ୍ତସନ୍ତିଆ ସ୍ଥାନରୁ ଉଦ୍ଧାର ହୋଇଥିବା କୁହାଯାଉଛି। ଏହି ଅଦ୍ଭୁତ ସାପର ଲମ୍ବ ଦୁଇ ଫୁଟ ରହିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନ୍ୟୁଜ୍ ୱେବସାଇଟ୍ ଥାଇଗରର ରିପୋର୍ଟ ଅନୁଯାୟୀ, ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଥିବା ସାପଟି ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡର ସଖୋନ ନାଖୋନରେ ‘ତୁ’ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଥିଲା। ୪୯ ବର୍ଷୀୟ ସ୍ଥାନୀୟ ବ୍ୟକ୍ତି ‘ତୁ’ ଗତ ମାସରେ ତାଙ୍କ ଘରକୁ ଫେରୁଥିବା ସମୟରେ ଉକ୍ତ ସାପକୁ ଦେଖିଥିଲେ। ବ୍ୟକ୍ତି ଜଣକ ସେହି ସାପଟିକୁ ଉଦ୍ଧାର କରି ଏକ ଜାରରେ ରଖିଥି‌ଲେ। କାରଣ ଏହି ଅଦ୍ଭୁତ ସାପକୁ ସେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଦେଖାଇ ପାରିବେ। ସାପର ଭୋକ ମେଣ୍ଟାଇବାକୁ ଛୋଟଛୋଟ ମାଛ ମଧ୍ୟ ଖାଇବାକୁ ଦିଆଯାଇଥିଲା। କର୍ତ୍ତୃପକ୍ଷ ସାପଟିକୁ ଚିହ୍ନଟ କରିବା ଯାଏଁ ତାହାକୁ ‘ତୁ’ ଘରେ ରଖାଯାଇଥିଲା। ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଖୁବ ସେୟାର କରାଯାଉଛି।

Share Now:

Kalinga News Beuro

Next Post

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର :୨୧ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ

Wed Mar 16 , 2022
ଭୁବନେଶ୍ୱର : ଭାରତୀୟ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମାର୍ଚ୍ଚ ୧୬ ସକାଳ ୩ଟା ସୁଦ୍ଧା ଏହା ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି। ଏହା କ୍ରମଶଃ ପୂର୍ବ ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ […]
ଭାରତୀୟ ପାଣିପାଗ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial