ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର :୨୧ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ

ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର : ଭାରତୀୟ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମାର୍ଚ୍ଚ ୧୬ ସକାଳ ୩ଟା ସୁଦ୍ଧା ଏହା ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି। ଏହା କ୍ରମଶଃ ପୂର୍ବ ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଉପକୂଳରେ ଏକ ଡିପ୍ରେସନରେ ପରିଣତ ହେବ। ପରଦିନ ଅର୍ଥାତ ୨୧ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ହୋଇ ଏକ ବାତ୍ୟା ରୂପ ନେବ। ୨୨ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଧୀରେ ଧୀରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୩ ତାରିଖ ବାଂଲାଦେଶ ଓ ମିଆଁମାର ଉପକୂଳରେ ପହଞ୍ଚିବ। ତେବେ ଏହି ବ୍ୟାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଓଡ଼ିଶାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ପୂର୍ବତନ ପ୍ରତିରକ୍ଷା ସଚିବ ଶଶି କାନ୍ତ ଶର୍ମାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

Wed Mar 16 , 2022
ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ସଚିବ ଶଶି କାନ୍ତ ଶର୍ମା ଏବଂ ଭାରତୀୟ ବାୟୁସେନାର ଚାରି ଜଣ ଅଧିକାରୀଙ୍କ ବିରୋଧରେ ୩,୭୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀିତରେ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ସିବିଆଇ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି ବୋଲି ଅଧିକାରୀମାନେ ବୁଧବାର କହିଛନ୍ତି। କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହେବା ପୂର୍ବରୁ ୨୦୧୧ ରୁ ୨୦୧୩ ମଧ୍ୟରେ ଦେଶର ପ୍ରତିରକ୍ଷା ସଚିବ ଥିବା ଶର୍ମାଙ୍କ […]
ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି

ଆହୁରି ପଢ଼ନ୍ତୁ