ପୁଣି ଆରମ୍ଭ ହେଲା ନୋ ପ୍ଲାଷ୍ଟିକ ଅଭିଯାନ: ୫ ହଜାର ଜରିମାନା ୧୧ ଦୋକାନକୁ ନୋଟିସ

ପୁଣି ଆରମ୍ଭ ହେଲା ନୋ ପ୍ଲାଷ୍ଟିକ ଅଭିଯାନ

ଭୁବନେଶ୍ବର: କରୋନା ପାଇଁ ବନ୍ଦ ହୋଇ ଯାଇଥିବା ବିଏମ୍‌ସିର ନୋ ପ୍ଲାଷ୍ଟିକ ଅଭିଯାନ ପୁଣି ଆରମ୍ଭ ହୋଇଛି। ଦୁଇ ଦିନ ହେଲା ରାଜଧାନୀର ବିଭିନ୍ନ ହାଟ ବଜାର ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ୍‌ ବ୍ୟବହାର ନକରିବାକୁ ପ୍ରଚାର କରିବା ପରେ ଆଜିଠାରୁ ଚଢ଼ଉ ଆରମ୍ଭ ହୋଇଛି। ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ ସ୍କ୍ୱାର୍ଡ ‌, ସିଆଣ୍ଡ୍‌ଡି କେନ୍ଦ୍ରୀୟ ସ୍କ୍ବାଡ‌ ପକ୍ଷରୁ ଜୋନାଲ ଡେପୁଟି କମିସନର ରବି ନାରାୟଣ ଜେଠୀଙ୍କ ନେତୃତ୍ବରେ ଏକ ଟିମ୍‌ ସିଆର୍‌ପି ଛକରେ ଚଢ଼ଉ କରିଥିଲା। ସିଆର୍‌ପି ଛକରୁ ଷ୍ଟିୱାର୍ଟ ସ୍କୁଲ ମଧ୍ୟରେ ଥିବା ବିଭିନ୍ନ ଭେଣ୍ଡିଂ ଜୋନ୍‌ ଉପରେ ଚଢ଼ଉ ହୋଇଥିଲା। ଏଥିରେ ୫ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ୧୧ ଜଣ ବ୍ୟବସାୟୀଙ୍କୁ ନୋଟିସ୍‌ କରାଯାଇଛି।

Share Now:

Kalinga News Beuro

Next Post

ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Thu Nov 12 , 2020
ବ୍ୟକ୍ତି ସ୍ବାଧୀନତା ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ-ସୁପ୍ରିମ୍‌କୋର୍ଟ ନୂଆଦିଲ୍ଲୀ : ଦୁଇ ବର୍ଷ ତଳର ଏକ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡ‌ରେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଛନ୍ତି। ତେବେ ଅର୍ଣ୍ଣବଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇ ବମ୍ବେ ହାଇକୋର୍ଟ କିଛି ଠିକ୍‌ […]
ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial