କୋରାପୁଟରେ ପ୍ରବଳ ବର୍ଷା: ଭୂସ୍ଖଳନ ହେତୁ ଜାତୀୟ ରାଜପଥ-୨୬ ଅବରୋଧ

କୋରାପୁଟରେ ପ୍ରବଳ ବର୍ଷା

କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବରେ ଗତ ୬ ଘଣ୍ଟା ମଧ୍ୟରେ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପଟାଙ୍ଗିରେ ସର୍ବାଧିକ ୧୫୦ ମିମିରୁ ଅଧିକ ବର୍ଷା ହୋଇଛି। ଭୂସ୍ଖଳନ ହେତୁ ରାଲେଗଡା ଠାରେ ଜାତୀୟ ରାଜପଥ-୨୬ ଅବରୋଧ ହୋଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିର ରାଲେଗଡା ଓ ସୁଙ୍କି ଗ୍ରାମ ନିକଟରେ ମାଟି ଅତଡା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ଜାତୀୟ ରାଜପଥ ଖୋଲିବା ପାଇଁ କାର୍ଯ୍ୟ ଚାଲିଛି। ଏଣେ ବୈପାରିଗୁଡା-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଓ ବିଡିଓଙ୍କ ଉପସ୍ଥିତିରେ ଗଛ କଟାଯାଇ ରାସ୍ତା ସଫା କରାଯାଉଛି। ସେମିଳିଗୁଡା ବ୍ଲକରେ ବି ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ଓ ଘର ଭାଙ୍ଗିଛି। ପବନ ଏବଂ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ନ ହେବା ଘରେ ରୁହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share Now:

Kalinga News Beuro

Next Post

ଦେଶରେ ୨୪ ଘଣ୍ଟାରେ ୨୬,୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୨୭୬

Mon Sep 27 , 2021
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୨୬ ହଜାର ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍‌ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୦୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୭୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ […]
ଦେଶରେ ୨୬,୦୪୧ ନୂଆ କୋଭିଡ୍‌-୧୯ ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial