ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ : ଛୁଟି ସରିବା ପୂର୍ବରୁ ଓଡ଼ିଶା ଫେରିବେ

ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ ଘଟିଛି। ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌। ଛୁଟି ସରିବା ପୂର୍ବରୁ ରାଜ୍ୟପାଳ ଓଡ଼ିଶା ଫେରିଆସିବେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚରେ ହଠାତ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ଆଗମୀ ୨୨ ତାରିଖରେ ରାଜ୍ୟପାଳଙ୍କ ଫେରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଛନ୍ତି ବୋଲି ସୂଚନା ରହିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗ ଭିତରେ ପୁଣି ଥରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଜୋର ଧରିଛି।
ତେବେ ‌ଦୌଡ଼ରେ ଥିବା କିଛି ନେତା ଆଜି ଦୁବାଇରୁ ଫେରୁଥିବା ସୂଚନା ରହିଛି। କୌଣସି ବି ମୁହୂର୍ତ୍ତରେ ବଡ଼ ଧରଣର ରାଜନୈତିକ ହଟଚମଟ ହୋଇପାରେ। ଓଡ଼ିଶା ଫେରି ଆସନ୍ତାକାଲି ଦିନ ୧୦ଟାରେ ପୁରୀ ଗସ୍ତରେ ଯିବେ ରାଜ୍ୟପାଳ ଗଣେଶୀ ଲାଲ୍‌। ସେଠାରେ ସେ ବନ୍ଦେ ଭାରତ ଟ୍ରେନର ଉଦଘାଟନ ଉତ୍ସବରେ ସାମିଲ ହେବେ। ରାଜଭବନ ଫେରି ପୁଣି ହରିଆଣା ଯିବେ ଏବଂ ପୁଣି ମେ ୨୨ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

Share Now:

Kalinga News Beuro

Next Post

ମୃତ ଝିଅକୁ ବାଇକ୍‌ରେ ବୋହିଲେ ବାପା : ସାହାଯ୍ୟ କଲେ ଜିଲ୍ଲାପାଳ

Wed May 17 , 2023
ଭୋପାଳ: ମଧ୍ୟପ୍ରଦେଶର ଶାହଦୋଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ସରକାରୀ ଡାକ୍ତରଖାନା ଆମ୍ବୁଲାନ୍ସ ସେବା ପ୍ରଦାନ କରିବାକୁ ମନା କରିବାରୁ ଜଣେ ବ୍ୟକ୍ତି ନିଜ ୧୩ ବର୍ଷୀୟା ଝିଅକୁ ମୋଟର ସାଇକେଲ୍‌ରେ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶାହଦୋଲଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା କୋଟା ଗାଁର ବାସିନ୍ଦା ଲକ୍ଷ୍ମଣ ସିଂ କହିଛନ୍ତି ଯେ ସୋମବାର ରାତିରେ ତାଙ୍କ ଝିଅ ମାଧୁରୀଙ୍କର ସିକ୍‌ଲ ସେଲ୍‌ […]
ଝିଅର ମରଶରୀରକୁ ବାଇକ୍‌ରେ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial