୧କୋଟିର ‌କାର ଚଳାଇଲେ ବାବା ରାମଦେବ

୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ

ନୂଆଦିଲ୍ଲୀ: ୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ। ଭାଇରାଲ ହେଲା ଭିଡିଓ। ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ ଚଳାଉଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସେ ଏକ ଲାଲ ରଙ୍ଗର ଲ୍ୟାଣ୍ଡ ରୋଭରରେ ବସି କାର ଚଳାଉଥିବାର ଦେଖାଯାଇଛି। ଗାଡ଼ି ଭିତରେ ତାଙ୍କ ସହ ଅନ୍ୟ କିଛି ଜଣ ମଧ୍ୟ ରହିଛନ୍ତି। କାରର ମୂଲ୍ୟ ପ୍ରାୟ ୧.୫ କୋଟି ବୋଲି ଜଣାପଡ଼ିଥିବା ବେଳେ ଯୋଗ ଗୁରୁ ଏହି କାର କିଣିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ତେବେ ଇନଷ୍ଟାରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଦେଖାଯାଇଛି ଯେ, ରାମଦେବ ପ୍ରଥମେ କାରକୁ ଭଲ ଭାବରେ ଯାଞ୍ଚ କରି ତା’ପରେ ସିଟରେ ବସୁଛନ୍ତି। ତାଙ୍କ ସହ ଜଣେ ମହିଳା ଏବଂ କିଛି ପୁରୁଷ ଲୋକ ମଧ୍ୟ କାର ଭିତରେ ବସିିଥିବା ଦେଖାଯାଇଛି। କାରରେ ବସିବା ପରେ ବାବା ରାମଦେବ ଗାଡ଼ି ଚଳାଇଥିବା ସହ କାରରେ ପଞ୍ଜୀକରଣ ପ୍ଲେଟ୍ ନଥିବା ଦେଖାଯାଇଛି।

Share Now:

Kalinga News Beuro

Next Post

ନୂଆ ରୂପ ପାଇବ ରାମେଶ୍ୱର ମନ୍ଦିର : ଝଟକିବ ଖୋଣ୍ଡଲାଇଟ୍‌ ପଥରର ନୂଆ ଦଧିନଉତି

Tue Jul 25 , 2023
ପୁରୁଣା ଭୁବନେଶ୍ୱର: ନୂଆ ରୂପ ପାଇବ ରାମେଶ୍ୱର ମନ୍ଦିର। ଏବେ ମନ୍ଦିର ଚତୁପାର୍ଶ୍ଵର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଭାଙ୍ଗିପଡ଼ିଥିବା ଦଧିନଉତି ନୂଆ ତିଆରି ହେବ। ତେବେ ଦଧିନଉତିକୁ ରାଜସ୍ଥାନରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍‌ ପଥରରେ ନିର୍ମାଣ କରାଯିବ। ଏଥର ଦଧିନଉତିର ଆକାର ବଡ଼ ହେବ ବୋଲି ସୂଚନା ମିଳିଛି। ତେବେ ନୂଆ ଦଧିନଉତି ନିର୍ମାଣ ହେବା ପର୍ଯ୍ୟନ୍ତ ବାଲିବସ୍ତାରେ ପତାକା ରହିବ ବୋଲି କୁହାଯାଇଛି। ଏହି ମନ୍ଦିର ଦାୟିତ୍ଵରେ ଥିବା ଏଏସ୍ଆଇର […]
ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial