ଜୟୀଙ୍କ ନାମରେ ଗୁଜବ :ଚଳଚିତ୍ର ଜଗତରେ ଚହଳ

ଭୁବନେଶ୍ୱର: ଗତ କାଲି ରାତିରେ ସୁଦୀପ୍ତ ସାହୁ ନାମକ ଜଣେ ଯୁବକ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଜୟୀରାମ ସାମଲ ଓର୍‌ଫ ଜୟୀଙ୍କୁ ନେଇ ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଚଳଚ୍ଚିତ୍ର ପ୍ରେମୀଙ୍କ ମହଲରେ ଆଲୋଡ଼ନ ଖେଳି ଯାଇଥିଲା। ଘଟଣାର ସତ୍ୟାସତ୍ୟରୁ ସେ ବର୍ତମାନ ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି । ନିକଟରେ ତାଙ୍କ ଅଭିନୀତ ‘ଟିକେ ଅନାଡ଼ି ପୂରା ଖିଲାଡ଼ି’ ରିଲିଜ୍‌ ହୋଇଛି। ଏହି ନିକଟରେ ସେ ‘ଯୋଗୀ’ ଏବଂ ‘ମାଆ ଧାମରାଇ’ର ସୁଟିଂ ଶେଷ କରିଛନ୍ତି। ସେ ‘ସ୍ତ୍ରୀ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ଯାଯାବର’, ‘ଫୁଲ ଚନ୍ଦନ’, ‘ସହରୀ ବାଘ’, ‘ଜଗା ବଳିଆ’, ‘ଡୋରା’, ‘ପକା କମ୍ବଳ ପୋତ ଛତା’ ଇତ୍ୟାଦି। ୧୫୦ରୁ ଊର୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ କେବଳ ହାସ୍ୟଭିନେତା ନୁହଁନ୍ତି କେତେକ ଚରିତ୍ର ଏବଂ ଖଳଚରିତ୍ରରେ ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କର କଟକର ତୁଳସୀପୁର ବାସବଭନରେ ରହୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଦିନିଆ ବର୍ଷା ଆହୁରି ୪୮ ଘଣ୍ଟା ବରଷିବ

Sat Dec 9 , 2017
ଭୁବନେଶ୍ୱର : ଗତକାଲି ସକାଳୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ଅପରାହ୍ଣ ବେଳକୁ ତାର ବେଗ ବଢ଼ାଇଥିଲା । ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ବାଲେଶ୍ୱର ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ଦିନସାରା ଲାଗି ରହିଛି ବର୍ଷା। ଥଣ୍ଡା ପବନ ସାଙ୍ଗକୁ ଅଦିନିଆ ବର୍ଷାରେ ଉପକୂଳବାସୀ ହନ୍ତସନ୍ତ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଥିବା ଅବପାତ ଘନୀଭୂତ ହୋଇ ଭୀଷଣ ଅବପାତ ବା ଡିପ୍‌ ଡିପ୍ରେସନ୍‌ର ରୂପ ନେଇଥିଲା। ସନ୍ଧ୍ୟା ୯ଟା […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial