ଅକ୍ଷୟ ଶିବାଜୀ ଲୁକ୍ ସେୟାର କରିବା ପରେ ପ୍ରଶଂସକ କହିଲେ : ଆପଣ ଶୀଘ୍ର ଛୁଟି ନିଅନ୍ତୁ

Akshaya as shivaji

ମୁମ୍ବାଇ: ଚଳିତ ବର୍ଷ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ବିଶେଷ କରି ଅକ୍ଷୟ କୁମାର ୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ବି ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ କମାଲ କରିପାରିନାହିଁ। ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ। ଚଳିତ ବର୍ଷ ତାଙ୍କର ରିଲିଜ ହୋଇଥିବା ଫିଲ୍ମ – ‘ବଚ୍ଚନ ପାଣ୍ଡେ’, କଟପୁତଲି, ‘ସମ୍ରାଟ ପୃଥ୍ଵୀରାଜ’ ଏବଂ ‘ରକ୍ଷା ବନ୍ଧନ’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ ଅକ୍ଟୋବର ୨୫ରେ ରିଲିଜ ହୋଇଥିବା ଫିଲ୍ମ ‘ରାମ ସେତୁ’ କମାଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଫିଲ୍ମଟି ମଧ୍ୟ ଫ୍ଲପ ସାବ୍ୟସ୍ତ ହୋଇଥିଲା।
ଏତେ ଫ୍ଲପ ଫିଲ୍ମ ଦେବା ପରେ ବି ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମର ଲୁକ୍ ସେୟାର କରିଛନ୍ତି। ଇନଷ୍ଟାରେ ଅକ୍ଷୟ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକ‌ରେ ନଜର ଆସୁଛନ୍ତି। ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ଜୟ ଭବାନୀ, ଜୟ ଶିବାଜୀ। ମୁଣ୍ଡରେ ପଗଡ଼ି, ମଥାରେ ତିଳକ ଏବଂ ବେକରେ ମାଳ ପକାଇଥିବା ଅକ୍ଷୟ ଏକ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ଦେଖାଯାଇଛି। ଏହି ଚରିତ୍ର ପାଇଁ ସେ ନିଶ ଓ ଦାଢ଼ୀ ମଧ୍ୟ ରଖିଛନ୍ତି। କିଛି ଅକ୍ଷୟଙ୍କ ଲୁକକୁ ପସନ୍ଦ କରୁନଥିବା ବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ରଣବୀର ସିଂ ଏହି ଚରିତ୍ରକୁ ଭଲ ଭାବରେ କରିପାରିଥାନ୍ତେ। ଅକ୍ଷୟ ଏହି ଚରିତ୍ର ପାଇଁ ଫିଟ ନୁହନ୍ତି। ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, ଅକ୍ଷୟ ଶିବାଜୀ ମହାରାଜ ହେବା ମରାଠା ସାମ୍ରାଜ୍ୟର ସବୁଠାରୁ ବଡ଼ ଦୁଃଖଦ ଘଟଣା। ଏତେ ଫ୍ଲପ ଫିଲ୍ମ ଦେବା ପରେ ବି ଅକ୍ଷୟ ଆହୁରି ଫିଲ୍ମ କରୁଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ଛୁଟି ନେବା ପାଇଁ କୁହାଯାଉଛି।

Share Now:

Kalinga News Beuro

Next Post

‘ଅଗ୍ନି-୫’ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଭାରତ ମହାସାଗରରେ ଜଗିଛି ଚୀନ ଜାହାଜ

Tue Dec 6 , 2022
ନୂଆଦିଲ୍ଲୀ : ଚଳିତ ମାସର ୧୫-୧୬ ତାରିଖରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ପାଇଁ ଡିଆରଡିଓ ନିଷ୍ପତ୍ତି ନେଇଛି। ଏଥିପାଇଁ ବିମାନଗୁଡ଼ିକ ପାଇଁ ଆକାଶରେ ସତର୍କତା ଜାରି କରାଯାଇଛି। କିନ୍ତୁ ଏହି ପରୀକ୍ଷଣକୁ ନେଇ ଭାରତ ଏକ ଆଶଙ୍କାରେ ରହିଛି। ଆଶଙ୍କାର କାରଣ ହେଉଛି ଭାରତ ମହାସାଗରରେ ଥିବା ଚୀନର ଗୁପ୍ତଚର ଜାହାଜ ଉଆନ ୱାଙ୍ଗ-୬। ଗତ ନଭେମ୍ବର ମାସରୁ ଏହି ଜାହାଜ […]
ଭାରତ ମହାସାଗରରେ ଜଗିଛି ଚୀନ ଜାହାଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial