‘ଅଗ୍ନି-୫’ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଭାରତ ମହାସାଗରରେ ଜଗିଛି ଚୀନ ଜାହାଜ

ଭାରତ ମହାସାଗରରେ ଜଗିଛି ଚୀନ ଜାହାଜ

ନୂଆଦିଲ୍ଲୀ : ଚଳିତ ମାସର ୧୫-୧୬ ତାରିଖରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ପାଇଁ ଡିଆରଡିଓ ନିଷ୍ପତ୍ତି ନେଇଛି। ଏଥିପାଇଁ ବିମାନଗୁଡ଼ିକ ପାଇଁ ଆକାଶରେ ସତର୍କତା ଜାରି କରାଯାଇଛି। କିନ୍ତୁ ଏହି ପରୀକ୍ଷଣକୁ ନେଇ ଭାରତ ଏକ ଆଶଙ୍କାରେ ରହିଛି। ଆଶଙ୍କାର କାରଣ ହେଉଛି ଭାରତ ମହାସାଗରରେ ଥିବା ଚୀନର ଗୁପ୍ତଚର ଜାହାଜ ଉଆନ ୱାଙ୍ଗ-୬। ଗତ ନଭେମ୍ବର ମାସରୁ ଏହି ଜାହାଜ ଭାରତ ମହାସାଗରରେ ବୁଲୁଛି। ଏଥିପାଇଁ ନଭେମ୍ବରେ ହେବାକୁ ଥିବା ଅଗ୍ନି-୫ ପରୀକ୍ଷଣକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଡିସେମ୍ବରରେ ଅଗ୍ନି ପରୀକ୍ଷଣ ହେବାକୁ ଥିବାବେଳେ ଚୀନର ସେହି ଗୁପ୍ତଚର ଜାହାଜ ଭାରତ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛି। ଉଆନ ୱାଙ୍ଗ-୬କୁ ଚୀନ ଗବେଷଣା ଜାହାଜ କହୁଥିବାବେଳେ ଏହା ଏକ ଗୁପ୍ତଚର ଜାହାଜ ବୋଲି ଭାରତ ଜାଣିଛି। ଏଥିରେ ଲାଗିଥିବା ଅତ୍ୟାଧୁନିକ ଟ୍ରାକିଂ ଓ ସାଟେଲାଇଟ ଉପକରଣ ଭାରତୀୟ କ୍ଷେପଣାସ୍ତ୍ରର ବେଗ, ସଠିକତା ଓ ରେଞ୍ଜ୍ ଠଉରେଇ ପାରିବ। ଏହି ତଥ୍ୟକୁ ଭିତ୍ତିକରି ଚୀନ ନିଜର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିବାର ଆଶଙ୍କା ରହିଛି। ଏଣୁ ଏହି ଜାହାଜକୁ ସଂଦେହ ଦୃଷ୍ଟିରେ ଦେଖୁଛି ଭାରତ। ଭାରତ ଅଗ୍ନି-୫ ହିଁ ଚୀନର ସବୁ ଅଞ୍ଚଳକୁ ଭେଦ କରିବାକୁ ସକ୍ଷମ। ଏଣୁ ଏହି କ୍ଷେପଣାସ୍ତ୍ରର ମୁକାବିଲା ପାଇଁ ଚୀନ ନିଜର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରସ୍ତୁତ କରୁଛି।

Share Now:

Kalinga News Beuro

Next Post

ଋଷିକେଶ କାନିଟକର ମହିଳା କ୍ରିକେଟ ଟିମର ନୂଆ କୋଚ : ବିସିସିଆଇ

Tue Dec 6 , 2022
ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚିଂ ଷ୍ଟାଫରେ ଏକ ବଡ଼ ପରିବର୍ତ୍ତନ କରିଛି। ବାସ୍ତବରେ ବୋର୍ଡ ପୂର୍ବତନ ଭାରତୀୟ କ୍ରିକେଟର ଋଷିକେଶ କାନିଟକରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜ୍ ପୂର୍ବରୁ ସେ ଦଳରେ ଯୋଗଦେବେ। ଅଷ୍ଟ୍ରେଲିଆ ବିପକ୍ଷରେ […]
ଋଷିକେଶ କାନିଟକର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial