ହାଇପ୍ରୋଫାଇଲ୍‌‌ ସେକ୍ସ ରାକେଟ୍‌ ଠାବ, ପୁଲିସ୍‌ ହାତରେ ଧରାପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଓ ମଡେଲ୍‌

ମୁମ୍ବାଇ: ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଜଣେ ବଲିଉଡ୍‌ ଅଭିନେତ୍ରୀ ଓ ଜଣେ ମଡେଲ୍‌ଙ୍କୁ ଗୁରୁବାର ରାତିରେ ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରୁ ଗିରଫ କରିିଛି। ଗୁରୁଗ୍ରାମରେ ଥିବା ଏକ ପଞ୍ଚତାରକା ହୋଟେଲ୍‌ରୁ ପୁଲିସ୍‌ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ଗିରଫ କରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି। ଅଭିନେତ୍ରୀଙ୍କ ନାମ ଅମ୍ରିତା ଧନୱା(୩୨) ଓ ମଡେଲ୍‌ ଜଣକ ହେଉଛନ୍ତି ରିଚା ସିଂହ(୨୬)। ଏହି ଦୁଇ ଜଣ ଗ୍ରାହକଙ୍କୁ ଯୁବତୀ ଯୋଗାଉଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରେ ସେକ୍ସ ରାକେଟ ଚାଲୁଛି ବୋଲି ପୁଲିସ୍‌ ଖବର ପାଇବା ପରେ ହୋଟେଲ୍‌ରେ ଚଢ଼ଉ କରି ଦୁଇ ଅଭି‌ଯୁକ୍ତଙ୍କୁ ଧରିଥିବା ସୂଚନା ରହିଛି। ମୁମ୍ବାଇର ଏକ ପଞ୍ଚତାରକା ହୋଟେଲ୍‌ରେ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ ଚାଲୁଛି ବୋଲି ପୁଲିସ୍‌ ଖବର ପାଇବା ପରେ ଜଣେ ପୁଲିସ୍‌ ଗ୍ରାହକ ବେଶରେ ଯାଇ ହୋଟେଲ୍‌ରେ ପହଞ୍ଚିିଥିଲେ। ସେଠାରେ ନିଜ ପରିଚୟ ଲୁଚାଇ ଦୁଇ ଅଭିଯୁକ୍ତଙ୍କ ଭିତରୁ ପ୍ରଥମେ ଜଣକୁ ଧରିଥିଲେ ଓ ପରେ ଅନ୍ୟ ଜଣକୁ ଗିରଫ କରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏ ସଂପର୍କରେ ଡିସିପି ଡି ଡି ସ୍ୱାମୀ କୁହନ୍ତି, ‘ସଂପୃକ୍ତ ହୋଟେଲ୍‌ରେ ସେକ୍ସ ରାକେଟ୍‌ ଚାଲୁଛି ବୋଲି ସୂଚନା ପାଇବା ପରେ ଆମେ ଚଢ଼ଉ କରିଥିଲୁ। ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆମେ ଉଦ୍ଧାର ହୋଇଥିବା ଯୁବତୀଙ୍କ ପରିଚୟ ଗୋପନ ରଖିଛୁ।’ ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଧନୱା ଗତ ସପ୍ତାହରେ ତାଙ୍କ ପ୍ରେମିକ ତଥା ବିଗ୍‌ବସ୍‌ ପ୍ରତିଯୋଗୀ ଆର୍‌ହାନ ଖାନଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ। ସେ ଅଭିଯୋଗ ଆଣିଥିଲେ ଯେ ଆର୍‌ହାନ ତାଙ୍କଠାରୁ ୫ ଲକ୍ଷ ଟଙ୍କା କରଜ ନେଇ ତାଙ୍କ ସହ ପ୍ରତାରଣା କରିଛନ୍ତି। ଗିରଫ ପଛରେ ବି ତାଙ୍କ ପ୍ରେମିକଙ୍କ ହାତ ଅଛି ବୋଲି ଧନୱା ଗିରଫ ହେବା ପରେ ବୟାନ ଦେଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ପୁଲିସ୍‌ ଗତ ସପ୍ତାହରେ ମୁମ୍ବାଇର ଜୁହୁଠାରେ ଥିବା ଏକ ବିଳାସମୟ ହୋଟେଲ୍‌ରେ ଚଢ଼ଉ କରିଥିଲା। ସେଠାରୁ ୧୦ ଜଣଙ୍କୁ ସେକ୍ସ ରାକେଟ୍‌ରେ ସଂପୃକ୍ତି ଥିବା ନେଇ ଗିରଫ କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣା:ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା

Sat Jan 11 , 2020
୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା କମିସନରେଟ୍ ପୁଲିସ୍ ଭୁବନେଶ୍ୱର : ଜେଏନୟୁ ଶୈଳୀରେ ଭୁବନେଶ୍ୱରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାକୁ ଗମ୍ଭୀରତାର ସହ ନେଇଛି କମିସନରେଟ୍ ପୁଲିସ୍। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା । ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ । ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial