ଅଯୋଧ୍ୟାରେ ବିମାନବନ୍ଦର ଓ ରେଳ ଷ୍ଟେସନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୩୦ ତାରିଖ) ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତ କରି ନବୀକରଣ ହୋଇଥିବା ରେଳଷ୍ଟେସନକୁ ଉଦଘାଟନ କରିବା ସହ ନୂଆ ବିମାନବନ୍ଦର ବି ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବା ପରେ ଦେଶର ଅନେକ କଳାକାର ମିଶି ତାଙ୍କୁ ସ୍ୱାଗତ କରିଥିଲେ। ମୋଦୀ ରେଳ ଷ୍ଟେସନକୁ ଯିବା ବାଟରେ ଏକ ରୋଡ୍‌ ସୋ’ କରିଥିଲେ। ଏହି ରୋଡ୍‌ ସୋ’ରେ ୧୪୦୦ରୁ ଅଧିକ ପ୍ରଦର୍ଶନକାରୀ ଅଂଶ ଗ୍ରହଣ କରି ସମୁଦାୟ ୪୦ଟି ପର୍ଯ୍ୟାୟରେ ସେମାନଙ୍କର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ୧୫,୭୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଅଯୋଧ୍ୟା ଧାମ ଜଙ୍କସନର ଉଦଘାଟନ କରିବା ସହ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ତାଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଷ୍ଟେସନ ବିଷୟରେ ରେଳମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଥିଲେ। ସୂଚନା ରହିଛି ଯେ ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ ୨୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଶେଷ ହୋଇଛି। ତିନି ମହଲା ବିଶିଷ୍ଟ ରେଳ ଷ୍ଟେସନ୍ ବିଲ୍ଡିଂରେ ଲିଫ୍ଟ, ଏସ୍କଲେଟର୍, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, କ୍ଲୋକ୍‌ ରୁମ୍‌, ଚାଇଲ୍ଡ କେୟାର୍‌ ରୁମ୍‌ ଏବଂ ୱେଟିଂ ହଲ୍‌ ଆଦି ରହିଛି।

Share Now:

Kalinga News Beuro

Next Post

ଯୁଦ୍ଧ ଅନିବାର୍ଯ୍ୟ : ଆଣବିକ ଶକ୍ତି ବୃଦ୍ଧି ପାଇଁ ପ୍ରତିଜ୍ଞା କଲେ କିମ୍‌ ଜୋଙ୍ଗ୍‌ ଉନ୍‌

Sun Dec 31 , 2023
୨୦୨୪ରେ ଆଉ ୩ଟି ‘ସ୍ପାଇ ସାଟେଲାଇଟ୍‌’ ଛାଡ଼ିବ ଉତ୍ତର କୋରିଆ ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ‘ୱାର୍କର୍‌ ପାର୍ଟି ଅଫ୍‌ କୋରିଆ’ର ବର୍ଷାନ୍ତ ସମ୍ମିଳନୀରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସ୍ପଷ୍ଟ କରି କହିବା ସହିତ ନବବର୍ଷରେ ଆଉ ୩ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଓ ଆଣବିକ ଶକ୍ତି ବୃଦ୍ଧି କରିବା ଲାଗି ପ୍ରତିଜ୍ଞା କରିଛନ୍ତି। କିମ୍‌ଙ୍କ ବକ୍ତବ୍ୟରୁ ଉଦ୍ଧୃତି କରି ରାଷ୍ଟ୍ରାୟାତ ନିଉଜ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial