ଯୁଦ୍ଧ ଅନିବାର୍ଯ୍ୟ : ଆଣବିକ ଶକ୍ତି ବୃଦ୍ଧି ପାଇଁ ପ୍ରତିଜ୍ଞା କଲେ କିମ୍‌ ଜୋଙ୍ଗ୍‌ ଉନ୍‌

୨୦୨୪ରେ ଆଉ ୩ଟି ‘ସ୍ପାଇ ସାଟେଲାଇଟ୍‌’ ଛାଡ଼ିବ ଉତ୍ତର କୋରିଆ

ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ‘ୱାର୍କର୍‌ ପାର୍ଟି ଅଫ୍‌ କୋରିଆ’ର ବର୍ଷାନ୍ତ ସମ୍ମିଳନୀରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସ୍ପଷ୍ଟ କରି କହିବା ସହିତ ନବବର୍ଷରେ ଆଉ ୩ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଓ ଆଣବିକ ଶକ୍ତି ବୃଦ୍ଧି କରିବା ଲାଗି ପ୍ରତିଜ୍ଞା କରିଛନ୍ତି। କିମ୍‌ଙ୍କ ବକ୍ତବ୍ୟରୁ ଉଦ୍ଧୃତି କରି ରାଷ୍ଟ୍ରାୟାତ ନିଉଜ୍‌ ଏଜେନ୍‌ସି ‘କେସିଏନ୍‌ଏ’ କହିଛି, ୨୦୨୩ରେ ସଫଳତାର ସହିତ ପ୍ରଥମ ‘ସ୍ପାଏ ‌ସାଟେଲାଇଟ୍‌’ ଉତ୍‌କ୍ଷେପଣ ଓ ଚଳାଇବାର ଅଭିଜ୍ଞାତାକୁ ଆଧାର କରି ୨୦୨୪ରେ ଆହୁରି ୩ଟି ‘ସ୍ପାଏ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରାଯିବ। ଏହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶର ପ୍ରସାର ପାଇଁ ଉଦ୍ଦିଷ୍ଟ। ଏହି ସମ୍ମିଳନୀରେ କିମ୍‌ ଆହୁରି ମଧ୍ୟ କହିଛନ୍ତି, ଆମେରିକା ବିରୋଧୀ ରାଷ୍ଟ୍ରମାନଙ୍କ ସହିତ ମିତ୍ରତା ବୃଦ୍ଧି କରିଥିବାରୁ ଉତ୍ତର କୋରିଆ ନିକଟରେ ଆଣବିକ ଶକ୍ତି ବୃଦ୍ଧି କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।
କିନ୍ତୁ, ଆମେରିକା ବିରୋଧୀ ରାଷ୍ଟ୍ର କିଏ ତାହା କିମ୍‌ କହି ନ ଥିଲେ ବି ତାଙ୍କ ତାଲିକାରେ ରୁଷ୍‌ ନିଶ୍ଚୟ ଥିବ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହାଛଡ଼ା, ଦକ୍ଷିଣ କୋରିଆ ସହିତ ଉତ୍ତର କୋରିଆର ମିଶ୍ରଣ ସମ୍ଭାବନାକୁ କିମ୍‌ ଅସ୍ବୀକାର କରି କହିଛନ୍ତି ଯେ, ଦକ୍ଷିଣ କୋରିଆ ପ୍ରତି ଥିବା ନୀତିନିୟମକୁ ପ୍ୟୋଙ୍ଗ୍ୟାଙ୍ଗ୍‌ ନିଶ୍ଚୟ ପରିବର୍ତ୍ତନ କରିବ। ଆମକୁ ଆକ୍ରମଣ କରିବା ଲାଗି ଶତ୍ରୁମାନେ ବିପଜ୍ଜନକ ପଦକ୍ଷେପ ଗ୍ରହଣ କରୁଥିବାରୁ କୋରୀୟ ଉପଦ୍ବୀପରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ। ଆକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରସ୍ତୁତି କରିବା ସହିତ ଆଣବିକ ବୋମା ତିଆରି କରିବା ଲାଗି ସେ ସେନାକୁ କହିଛନ୍ତି।

Share Now:

Kalinga News Beuro

Next Post

‘ତେହେରିକ୍-ଏ-ହୁର୍ରିୟତ’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କେନ୍ଦ୍ର ସରକାର

Sun Dec 31 , 2023
ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ମୁସଲିମ ଲିଗ୍ ଜମ୍ମୁ-କଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି। ଅମିତ ଶାହା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ତେହେରିକ-ଏ-ହୁର୍ରିୟତକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭ (ୟୁଏପିଏ) ଅନୁଯାୟୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial