ପୁଣି ବୋରୱେଲରେ ଖସିପଡ଼ିଲା ୬ ବର୍ଷର ଶିଶୁ

ବୋରଓ୍ବେଲରେ ଖସିପଡ଼ିଲା ୬ ବର୍ଷର ଶିଶୁ

ହାପୁର : ଦେଶରେ ଖୋଲା ତଥା ପରିତ୍ୟକ୍ତ ବୋରୱେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ିଯାଉଥିଲେ ବି ପ୍ରଶାସନ ଓ ସ୍ଥାନୀୟ ଲୋକେ ସଚେତନ ହେଉନାହାନ୍ତି। ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଜଣେ ବାଳକ ବୋରୱେଲରେ ପଡ଼ିଯାଇ ମୃତ୍ୟୁବରଣ କରିବା ପରେ ଆଉ ଏକ ସମାନ ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁରରେ। ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଜଣେ ୬ ବର୍ଷର ଶିଶୁ ଖସିପଡ଼ିଛି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ତେବେ ଏହି ଘଟଣା ସଂପର୍କରେ ଆଉ ଏକ ଗୁରୁତ୍ତ୍ଵପୂର୍ଣ୍ଣ ତଥ୍ୟ ମିଳିଛି। ଏହି ବୋରୱେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା। କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଜିଲ୍ଲାପାଳ ମେଧା ରୁପମ ଶିଶୁଟି ଗାତରେ ଖସିପଡ଼ିଥିବା ସ୍ୱୀକାର କରିବା ସହ କହିଛନ୍ତି ଯେ ଉଦ୍ଧାର କାମରେ ଏନଡିଆରଏଫ ମୁତୟନ କରାଯାଇଛି। ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଉଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ବିଲୁପ୍ତ ହେବ କି ଗଙ୍ଗୁଆ? ସଙ୍କୁଚିତ କଲାଣି ଜବରଦଖଲ

Tue Jan 10 , 2023
ପ୍ରଶାସନିକ ଅବହେଳାରୁ ପରିଣାମ ଭୋଗିବ ରାଜଧାନୀ ଭୁବନେଶ୍ୱର: ସହରରୁ ବର୍ଷା ଜଳ ନିଷ୍କାସନ କରିବାରେ ଗଙ୍ଗୁଆର ପ୍ରମୁଖ ଭୁମିକା ରହିଛି। ସହରର ପ୍ରମୁଖ ୧୦ଟି ନଳା ଜରିଆରେ ସହରର ବର୍ଜ୍ୟଜଳ ନିଷ୍କାସିତ ହୋଇ ଏହି ଗଙ୍ଗୁଆକୁ ଯାଇଥାଏ। ବର୍ଷାଋତୁରେ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଏଣୁ ଗଙ୍ଗୁଆକୁ ସଫା କରି ବର୍ଷାଜଳ ତ୍ୱରିତ ନିଷ୍କାସନ କରିବାକୁ ଯୋଜନା ହୋଇଥିଲା। କଟକରେ ଥିବା ଡ୍ରେନେଜ୍‌ ଡିଭିଜନ୍‌ ଏହାକୁ ସଫା କରିବାକୁ […]
କ’ଣ ହେବ ଗଙ୍ଗୁଆର ଭାଗ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial