ନେପାଳ ସଂସଦରେ ବାଚସ୍ପତିଙ୍କ ଉପରେ ରାଗି ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ ସାଂସଦ

ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ ସାଂସଦ

ନେପାଳ : ନେପାଳରେ ଏକ ଅଦ୍ଭୁତ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଘଟିଥିବା ଘଟଣା ଅନୁଯାୟୀ, ଜଣେ ସାଂସଦଙ୍କୁ ସଂସଦରେ କିଛି କହିବାକୁ ସୁଯୋଗ ଦିଆ ନଯିବାରୁ ସେ ରାଗରେ ସମସ୍ତଙ୍କ ସାମ୍ନାରେ ସାର୍ଟ ଖୋଲି ଦେଇଥିଲେ। ନେପାଳରେ ଏମିତି ଘଟଣା ପ୍ରଥମଥର ଘଟିଥିବା କୁହାଯାଉଛି। ତେବେ ଉକ୍ତ ସାଂସଦଙ୍କ ନାମ ଅମରେଶ କୁମାର ସିଂହ। ଯିଏକି ନେପାଳ କଂଗ୍ରେସର ଜଣେ ପୂର୍ବତନ ନେତା। ଗତବର୍ଷ ସରଲାହୀରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। କାରଣ ତାଙ୍କୁ ନେପାଳୀ କଂଗ୍ରେସ ତରଫରୁ ଟିକେଟ ଦିଆଯାଇ ନଥିଲା।
ସୂଚନାଯୋଗ୍ୟ, ହାଉସ ଅପ ରିପ୍ରେଜେଣ୍ଟେଟିଭ୍ସର ବାଚସ୍ପତି ଦେବରାଜ ଧିମିରେ ସଂସଦରେ ସାଂସଦ ଅମରେଶ କୁମାର ସିଂହ କିଛି କହିବାକୁ ଚାହୁଁଥିବା ବେଳେ ତାଙ୍କୁ ସୁଯୋଗ ଦେଇ ନଥିଲେ। କାରଣ ଅମରେଶ କୁମାର ସିଂହ ସଂସଦରେ ବ୍ୟବହାର ଠିକ କରି ନଥିଲେ। ଏହି କାରଣରୁ ଅମରେଶ ଖୁବ ରାଗି ଯାଇ ସଂସଦରେ ପୋଷାକ ଖୋଲି ଦେଇଥିଲେ। ତେବେ ତାଙ୍କର ଏଭଳି ସ୍ଭଭାବ ଦେଖି ବାଚସ୍ପତି କହିଥିଲେ, ‘ତୁମେ ବ୍ୟବହାର ଠିକ କର। ଯେପର୍ଯ୍ୟନ୍ତ ବ୍ୟବହାର ଠିକ କରି ନାହଁ, ସେପର୍ଯ୍ୟନ୍ତ ତୁମକୁ କହିବାର ସୁଯୋଗ ମିଳିବ ନାହିଁ।’ ବାଚସ୍ପତିଙ୍କ ଏହି କେହି ପଦ କଥାରେ ସାଂସଦ ରାଗ ତମତମ ହୋଇ ସମସ୍ତଙ୍କ ସାମ୍ନାରେ ପୋଷାକ ସହିତ ଅନ୍ତବସ୍ତ୍ର ବି ଖୋଲି ଦେଇଥିଲେ। ଏଥିସହିତ ସେ ସଂସଦ ଛାଡ଼ି ବି ପଳାଇଥିଲେ।

Share Now:

Kalinga News Beuro

Next Post

ଅକ୍ଟୋବର ୫ରୁ ଆଇସିସି ଏକଦିବସୀୟ ବିଶ୍ୱକପ : ମୁହାଁମୁହିଁ ହେବେ ଭାରତ-ପାକ

Wed May 10 , 2023
ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ ଏବଂ ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ। ଆଇସିସି ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ ଦଳ ମଧ୍ୟ ଭାଗ ନେବାକୁ […]
ଅକ୍ଟୋବର ୫ରୁ ଆଇସିସି ଏକଦିବସୀୟ ବିଶ୍ୱକପ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial