ଅକ୍ଟୋବର ୫ରୁ ଆଇସିସି ଏକଦିବସୀୟ ବିଶ୍ୱକପ : ମୁହାଁମୁହିଁ ହେବେ ଭାରତ-ପାକ

ଅକ୍ଟୋବର ୫ରୁ ଆଇସିସି ଏକଦିବସୀୟ ବିଶ୍ୱକପ୍

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ ଏବଂ ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ। ଆଇସିସି ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ ଦଳ ମଧ୍ୟ ଭାଗ ନେବାକୁ ଯାଉଛି। ଅକ୍ଟୋବର ୫ରେ ବିଶ୍ବକପ ଆରମ୍ଭ ହେବା ପରେ ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ବିଶ୍ବକପର ପ୍ରଥମ ଓ ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବୋଲି କୁହାଯାଉଛି। ଏହି ବିଶ୍ବକପରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବୋଲି ଜଣାପଡ଼ିଛି।
କ୍ରିକବଜ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି। ଏଥର ବିଶ୍ୱକପରେ ମୋଟ ୧୦ଟିମ ମଧ୍ୟରେ ୪୮ଟି ମ୍ୟାଚ୍ ଖେଳାଯିବ। ଏହି ବିଶ୍ବକପରେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ ଏବଂ ଆଫ୍ରିକା ଟିମ୍ ସାମିଲ ହୋଇସାରିଛନ୍ତି। ଅବଶିଷ୍ଟ ଦୁଇଟି ଦଳ ଜୁନ୍-ଜୁଲାଇ ମାସରେ ଜିମ୍ବାୱେରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ ଚୟନ କରାଯିବ। ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ଆୟରଲାଣ୍ଡ, ନେପାଳ, ଓମାନ, ସ୍କଟଲ୍ୟାଣ୍ଡ, ୟୁଏଇ ଏବଂ ଆୟୋଜକ ଜିମ୍ବାୱେ ଦଳ ଭାଗ‌ ନେବେ।

Share Now:

Kalinga News Beuro

Next Post

ଘୁଞ୍ଚିଘୁଞ୍ଚି ଯାଉଛି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ : ଗୋଟିକର ବି କାମ ଆରମ୍ଭ ହେଉନି

Wed May 10 , 2023
ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ରାଜଧାନୀ ଭିତରେ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା ୪ଟି ସ୍ଥାନରେ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ କିଛି ସ୍ଥାନ‌ରେ ଶିଳାନ୍ୟାସ ବି ହୋଇଛି। ମାତ୍ର ରାଜଧାନୀବାସୀଙ୍କ ତିନି ବର୍ଷର ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ୪ଟିଯାକ ଫୁଟ୍‌ଓଭର ବ୍ରିଜ୍‌ରୁ ଗୋଟିକର ବି ନିର୍ମାଣ କାମ ଆରମ୍ଭ ହେଉନାହିଁ। ତେଣୁ ଘୋଷଣା କେବଳ ଧୂଆଁବାଣ […]
ଘୁଞ୍ଚିଘୁଞ୍ଚି ଯାଉଛି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial