ରବି ବିଷ୍ଣୋଇ ବିଶ୍ୱର ନଂ୧ ଟି-୨୦ ବୋଲର : ରସିଦ ଖାଁଙ୍କୁ ଟପିଲେ

ନୂଆଦିଲ୍ଲୀ: ଆଇସିସି ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ଭାରତୀୟ ସ୍ପିନର ରବି ବିଷ୍ଣୋଇ ବୋଲିଂରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଦୀର୍ଘ ଦିନ ଧରି ଏହି ପଦରେ ଥିବା ଆଫଗାନିସ୍ତାନର ରସିଦ ଖାଁଙ୍କୁ ପଛରେ ପକାଇ ସେ ଏହି ପଦରେ ରହିଛନ୍ତି। ରବି ବିଷ୍ନୋଇଙ୍କ ଖାତାରେ ଏବେ ୬୯୯ ପଏଣ୍ଟ ରହିଛି। ସେ ରସିଦ ଖାନ୍ (୬୯୨)ଙ୍କ ଠାରୁ ୭ ରେଟିଂ ପଏଣ୍ଟରେ ଆଗରେ ରହିଛନ୍ତି। ଏହି ତାଲିକାରେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା (୬୭୯), ଚତୁର୍ଥ ସ୍ଥାନରେ ଆଦିଲ ରସିଦ (୬୭୯) ଏବଂ ପଞ୍ଚମ ସ୍ଥାନରେ ମହୀଶ ଥିକ୍ସନା (୬୭୭) ରହିଛନ୍ତି। ଅର୍ଥାତ୍ ଟି-୨୦ ଅନ୍ତର୍ଜାତୀୟ ବୋଲର ମାନ୍ୟତାରେ ସ୍ପିନରମାନେ ଶୀର୍ଷ ୫ ସ୍ଥାନରେ ରହିଛନ୍ତି।
ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରୁ ରବି ବିଷ୍ଣୋଇଙ୍କୁ ବହୁତ ଫାଇଦା ମିଳିଛି। ଏହି ଶୃଙ୍ଖଳାରେ ବିଷ୍ନୋଇ ଘାତକ ବୋଲିଂ କରି ୫ଟି ମ୍ୟାଚ୍ ଖେଳି ୯ଟି ୱିକେଟ୍ ନେଇଥିଲେ। ଖାସ୍ କଥା ହେଉଛି ଏହି ସିରିଜରେ ରନ୍ ବର୍ଷା ମଧ୍ୟରେ ସେ ନିୟମିତ ଭାବେ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ୍ ଦି ସିରିଜ୍’ ମଧ୍ୟ ଚୟନ କରାଯାଇଥିଲା। ରବି ବିଷ୍ଣୋଇ ଗତ ବର୍ଷ ଫେବ୍ରୁଆରି ମାସରେ କୋଲକାତାର ଇଡେନ ଗାଡେନ୍ସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ।

Share Now:

Kalinga News Beuro

Next Post

ବ୍ୟାଙ୍କଗୁଡ଼ିକର ୫ ଦିନିଆ କାର୍ଯ୍ୟ ସପ୍ତାହ କରି ସବୁ ଶନିବାର ଛୁଟି ପାଇଁ ଆଇବିଏର ପ୍ରସ୍ତାବ

Wed Dec 6 , 2023
ନୂଆଦିଲ୍ଲୀ: ଭାରତର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମସ୍ତ ଶନିବାରକୁ ସରକାରୀ ଛୁଟି ଘୋଷଣା କରିବାକୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛି ବୋଲି ଆଜି ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୫ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବାକୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଦାବି କରିଥିବା ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ କହିଛନ୍ତି ଯେ ଆଇବିଏ ପ୍ରକୃତରେ ଏ ନେଇ ଏକ ପ୍ରସ୍ତାବ ଦେଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial