ତାଇୱାନ୍‌ରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଜାପାନରେ ସୁନାମି ସତର୍କତା ଜାରି

ତାଇୱାନ୍‌ରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ତାଇୱାନ ଦ୍ବୀପର ଦକ୍ଷିଣପୂର୍ବାଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବାରୁ ଟ୍ରେନ୍‌ ବଗି ଧାରଣାଚ୍ୟୁତ ହେବା ଓ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଥିବା କଥା ତାଇୱାନ୍‌ର ପାଣିପାଗ ବ୍ୟୁରୋ କହିଛି। ରିକ୍ଟର୍‌ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୭.୨ ଥିବା କଥା ପ୍ରଥମେ ଘୋଷଣା କରାଯାଇଥିଲା, କିନ୍ତୁ ବାସ୍ତବରେ ଏହାର ତୀବ୍ରତା ୬.୯ ଥିଲା ବୋଲି ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) କହିଛି। ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ ଅନୁସାରେ, ‘ୟୁଏସ୍‌ଜିଏସ୍‌’ କହିଛି କି, ରାତି ୨.୪୪ରେ ସଂଘଠିତ ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ତାଇତୁଙ୍ଗ୍‌ ନଗରୀର ଉତ୍ତର ଦିଗକୁ ୫୦ କିଲୋମିଟର୍‌ ଦୂରବର୍ତ୍ତୀ ଭୂଗର୍ଭ ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଲାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ଶନିବାର ଦିନ ମଧ୍ୟ ଉକ୍ତ ଅଞ୍ଚଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

Share Now:

Kalinga News Beuro

Next Post

ଦେଶବିରୋଧୀ କାର୍ଯ୍ୟ ପାଇଁ ଆନ୍ଧ୍ର ଓ ତେଲେଙ୍ଗାନାର ୨୩ ସ୍ଥାନରେ ‘ଏନ୍‌ଆଇଏ’ର ଚଢ଼ଉ

Sun Sep 18 , 2022
‘ପିଏଫ୍‌ଆଇ’ ସଦସ୍ୟଙ୍କୁ ପଚରାଉଚରା ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢ଼ଉ କରିଛି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌, ଗୁଣ୍ଟୁର, ନେଲୋର ଓ ନନ୍ଦିୟାଲ୍‌ ଏବଂ ତେଲେଙ୍ଗାନାର ନିଜାମାବାଦ୍‌ରେ ଅଭିଯୁକ୍ତ ଏବଂ ସନ୍ଦିଗ୍ଧମାନଙ୍କ ସହିତ ସମ୍ପୃକ୍ତ ଥିବା ଘରେ ‘ଏନ୍‌ଆଇଏ’ର ପ୍ରାୟ ୨୩ଟି ଟିମ୍‌ ଏକକାଳୀନ ଚଢ଼ଉ କରୁଛି। ‘ପପୁଲାର୍‌ […]
‘ଏନ୍‌ଆଇଏ’ର ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial