ତାଲିବାନ ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକ: ୨୧ ଆତଙ୍କବାଦୀ ନିହତ

ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକ

କାବୁଲ: ଶୁକ୍ରବାର ରାତିରେ ଆଫଗାନିସ୍ତାନ ସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଫଗାନିସ୍ତାନର ଉତ୍ତର ଜାୱାଜାନରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବାରୁ ୨୧ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସେନାର ମୁଖପାତ୍ର ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି। ସେନା ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ମୁରଗାବ, ହାସନ୍ତାବିନ୍, ଆଟମା ଏବଂ ନିକଟବର୍ତ୍ତୀ ଗ୍ରାମରେ ତାଲିବାନ ଆତଙ୍କବାଦୀଙ୍କୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ୨୧ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଥାଉ କି ଯେ ଆଫଗାନିସ୍ତାନରେ ସୁରକ୍ଷା ବାହିନୀ ଏବଂ ତାଲିବାନ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଆଫଗାନିସ୍ତାନ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଥିବାବେଳେ ଦୁଇ ଦିନ ମଧ୍ୟରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୯୦ ଜଣ ଆହତ ହୋଇଛନ୍ତି। ସେହିପରି ଦୁଇ ଦିନ ତଳେ ହେରାତ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୫୨ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୪୭ ଜଣ ଆହତ ହୋଇଥିଲେ।

Share Now:

Kalinga News Beuro

Next Post

ନବୀନ ନିବାସ ଆଗରେ ବିଷ ପିଇ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

Sat Jul 31 , 2021
ପୁରୁଣା ଭୁବନେଶ୍ବର : ୧୧ ବର୍ଷ ହେଲା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଦୋକାନ ଘରଟିଏ ମାଗି ମାଗି ହତାଶ ହେବା ପରେ ଆଜି ଜଣେ ଦିବ୍ୟାଙ୍ଗ ନବୀନ ନିବାସ ସମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୃଷ୍ଟିଶକ୍ତିବାଧିତ ଏହି ଦିବ୍ୟାଙ୍ଗ ହେଲେ ଡୁମୁଡୁମା ରଘୁନାଥନଗରର ପରୀକ୍ଷିତ ସାହୁ। ସୁରକ୍ଷାକର୍ମୀମାନେ ତାଙ୍କ ଆବେଦନପତ୍ର ରଖି ତାଙ୍କୁ ବୁଝାସୁଝା କରି ଫେରାଇ ଦେଇଛନ୍ତି। ଘଟଣାଟି ଆଜି ରାଜଧାନୀରେ ଚର୍ଚ୍ଚର ବିଷୟ ହୋଇଛି। ପରୀକ୍ଷିତଙ୍କ […]
ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial