ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନସନ

ବୋରିସ୍ ଜନସନ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଆଜି ଗୁରୁବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବ୍ରେକ୍ସିଟ୍‌, କୋଭିଡ୍‌ ଏବଂ ମାଉଣ୍ଟିଂ ସ୍କାଣ୍ଡାଲ୍‌ ମଧ୍ୟରେ ଛନ୍ଦି ହୋଇ ତିନି ବର୍ଷ ଦାୟିତ୍ୱରେ ରହିବା ପରେ କଞ୍ଜରଭେଟିଭ୍‌ ପାର୍ଟିର ନେତା ପଦ ଛାଡିଛନ୍ତି। ବୋରିସ୍‌ ଜନସନ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ନିଜ ବିଦାୟୀ ଭାଷଣରେ କହିଛନ୍ତି, ‘ରାଜନୀତିରେ, କେହି ଅପରିହାର୍ଯ୍ୟ ନୁହଁନ୍ତି। ମୁଁ ଦୁଃଖିତ ଯେ ମୁଁ ସଫଳ ହୋଇନାହିଁ। ମୁଁ ଦୁଃଖିତ ଅଛି… କାରଣ, ଦୁନିଆର ସର୍ବୋତ୍ତମ ଚାକିରି ଛାଡିବା ଦୁଃଖଦାୟକ। କଞ୍ଜରଭେଟିଭ୍‌ ସଂସଦୀୟ ଦଳର ଇଚ୍ଛା ଯେ ଏହି ଦଳର ଜଣେ ନୂତନ ନେତା ରହିବା ଉଚିତ୍‌ ଏବଂ ଏହି କାରଣରୁ ଜଣେ ନୂତନ ପ୍ରଧାନମନ୍ତ୍ରୀ ହେବା ଉଚିତ୍‌। ମୁଁ ନୂତନ ନେତାଙ୍କୁ ସମର୍ଥନ କରିବି। ଆମେ ୟୁକ୍ରେନକୁ ସମର୍ଥନ ଜାରି ରଖିବୁ’ ବୋଲି କହିଛନ୍ତି ବ୍ରିଟେନର ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ।

Share Now:

Kalinga News Beuro

Next Post

୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା ବେଳେ ମାଡ଼ିବସିଲା ବନ ବିଭାଗ, ୩ ଅଟକ

Thu Jul 7 , 2022
ସମ୍ବଲପୁର: ସମ୍ବଲପୁର ସହରରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ନେଇ ସମ୍ବଲପୁର ଡିଏଫ୍‌ଓ ବିଶ୍ବନାଥ ନିଲନ୍ନଵର ସୂଚନା ଦେଇଛନ୍ତି। ଗୁରୁବାର ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଦାନ୍ତ କାରବାରରେ ସଂପୃକ୍ତ ୩ ଜଣଙ୍କୁ ଅଟକ ରଖା ଯାଇଥିବା କହିଥିଲେ। ତାଙ୍କ ସୂଚନା ଅନୁଯାୟୀ, ବୌଦ୍ଧ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଥିଲା। […]
୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial