ଏଲଏସିରେ ଉତ୍ତେଜନା ଥମୁନି : ଭାରତ ପଠାଇଲା ଆଉ ୨୦ ହଜାର ସୈନ୍ୟ

ମୁକାବିଲା ଲାଗି ଭାରତର ସଜବାଜ, ଆକାଶ ପରେ ଭାରୀ ଯୁଦ୍ଧାସ୍ତ୍ର ମୁତୟନ

ନୂଆଦିଲ୍ଲୀ : ଭାରତୀୟ ସେନା ପୂର୍ବ ଲଦାଖ୍‌ରେ ନିଜ ସ୍ଥିତି ଅତ୍ୟନ୍ତ ସୁଦୃଢ଼ କରିଛି। ଚୀନ୍‌ର ସେନା ମୁତୟନକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ବଳକୁ ଲଦାଖ୍‌ରେ ଦୁଇ ଗୁଣା କରିଛି। ଚୀନ୍‌ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବାସ୍ତବ ସ୍ଥିତିକୁ ବଦଳାଇବାକୁ ଜୋର୍‌ଦାର ଉଦ୍ୟମ କରିବାରୁ ଭାରତ ଏଭଳି ପଦକ୍ଷେପ ନେଇଛି। ଏଲ୍‌ଏସିରେ ଯଥାସ୍ଥିତି ବଦଳାଇବାକୁ ଚୀନ୍‌ର ଯେ କୌଣସି ପ୍ରୟାସକୁ ପଣ୍ଡ କରିଦିଆଯିବ ବୋଲି ଭାରତ ସ୍ପଷ୍ଟ କରିଛି। ସମଗ୍ର ଲଦାଖ୍‌ରେ ଏବେ ଭାରତ ପ୍ରାୟ ୪୫ ହଜାର ସୈନିକଙ୍କୁ ମୁତୟନ କରିଛି। ପୂର୍ବରୁ ଏହି ସଂଖ୍ୟା ୨୦ରୁ ୨୪ ହଜାର ମଧ୍ୟରେ ରହିଥିଲା। ଆଉ ୨୦ ହଜାର ସୈନ୍ୟ ପଠାଇବା ସହିତ ପୂର୍ବ ଲଦାଖ୍‌ରେ ଆଇଟିବିପି ଯବାନଙ୍କ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ଏଲ୍‌ଏସିରେ ଏବେ ଚୀନ୍‌ର ୩୦ରୁ ୩୫ ହଜାର ସୈନ୍ୟ ମୁତୟନ ହୋଇଥିବା ଜଣାପଡ଼ିଛି। ଚୀନ୍‌ର ଯୁଦ୍ଧ ବିମାନ ଉଡ଼ାଣର ଜବାବ ଦେବାପାଇଁ ଭାରତ ଗତକାଲି ଆକାଶ ‌କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଥିବା ବେଳେ ଆଜି ଭାରୀ ଯୁଦ୍ଧାସ୍ତ୍ର ମୁତୟନ କରିଛି। ଚୀନ୍‌ ଏବେ ବିଭିନ୍ନ ଅଂଚଳରେ ପ୍ରକୃତ ସ୍ଥିତି ବଦଳାଇକୁ ଉଦ୍ୟମ କରୁଛି। ତେବେ ଭାରତର ବ୍ୟାପକ ପ୍ରସ୍ତୁତିକୁ ଦେଖି ଚୀନ୍‌ ମାଡ଼ି ଆସିବାକୁ ସାହସ କରିପାରୁ ନାହିଁ। ଗୁଇନ୍ଦା ଡ୍ରୋନ୍‌ ଏବଂ ସ୍ୟାଟେଲାଇଟ୍‌ ମାଧ୍ୟମରେ ଚୀନ୍‌ର ଗତିବିଧି ଉପରେ ନଜର ରଖାଯାଇଛି ଏବଂ ଏଲ୍‌ଏସିରେ ଭାରତୀୟ ଅଂଚଳରେ ତୁହାକୁ ତୁହା ଭାରତର ଯୁଦ୍ଧ ବିମାନ ଉଡ଼ୁଛି।

Share Now:

Kalinga News Beuro

Next Post

ରାଜ୍ୟରେ ନୂଆ ୨୦୬ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା

Tue Jun 30 , 2020
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial