ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଏବେ ଯେଉଁ ସ୍ଥିତି ଦେଖାଦେଇଛି ସେଥିପାଇଁ ପାକିସ୍ତାନକୁ ଅଧିକାଂଶ ଦେଶ ଦାୟୀ କରୁଛନ୍ତି। ବିଶ୍ୱର ଅଧିକାଂଶ ଦେଶ ପରେ ଏବେ ଏକ ଆତଙ୍କୀ ସଙ୍ଗଠନ ମଧ୍ୟ ସମାନ କଥା ଦୋହରାଇଛି। ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଆଫଗାନିସ୍ତାନର ଏଭଳି ଅବସ୍ଥା ପାଇଁ ପାକିସ୍ତାନ ଦାୟୀ ବୋଲି କହିଛି। ଆଉ ଏଥିପାଇଁ ଆଇଏସଆଇଏସ ଟାର୍ଗେଟରେ ପାକିସ୍ତାନ ରହିଥିବା କୁହାଯାଉଛି। ଆଇଏସଆଇଏସ-କେ ପକ୍ଷରୁ ଚେତାବନୀ ଦିଆଯିବା ସହ କୁହାଯାଇଛି ଯେ, ଯିଏ ଇସଲାମ ଓ କୋରାନକୁ ବିରୋଧ କରିବ, ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନର ଆକ୍ରୋଶର ଶିକାର ହେବାକୁ ପଡ଼ିବ। କାରଣ ଆମ ସଙ୍ଗଠନର ଉଦ୍ଦେଶ୍ୟ ହେଉଛି ସିରିଆ ଆଇନ ଲାଗୁ କରିବା। ଆଫଗାନିସ୍ତାନରେ ଥିବା ଆଇଏସଆଇଏସ ଖୁରାସାନର ଏକ ସଦସ୍ୟଙ୍କ କହିବା ଅନୁଯାୟୀ, ଆମ ସଙ୍ଗଠନର ଲକ୍ଷ୍ୟ ପୂରା ପାକିସ୍ତାନକୁ ଧ୍ୱଂସ କରିବା। ଏପରିକି ଆଇଏସଆଇଏସ-କେ ସଙ୍ଗଠନର ସଦସ୍ୟ ମଧ୍ୟ ଆଫଗାନିସ୍ତାନ ଅବସ୍ଥା ପାଇଁ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି। ଏବେ ଆଫଗାନିସ୍ତାନରେ ଆଇଏସଆଇଏସ ନିଜର ସ୍ଥିତି ମଜବୁତ କରୁଛି। ତାଲିବାନକୁ ନିଜର ଶତ୍ରୁ ମାନୁଥିବା ଆଇଏସଆଇଏସର ପ୍ରଥମ ଟାର୍ଗେଟ ପାକିସ୍ତାନ ରହିଛି। ତାଲିବାନକୁ ଆଇଏସଆଇଏସ ଏଥିପାଇଁ ଶତ୍ରୁ ମାନୁଛି କାରଣ ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ସରକାର ଥିଲା ସେତେବେଳେ ସେ ଇସଲାମ ଶାସନ ଲାଗୁ କରିପାରିଲା ନାହିଁ। ତେଣୁ ସେଥିପାଇଁ ଏବେ ଆଫଗାନିସ୍ତାନରେ ଆଇଏସଆଇଏସ-କେ ନିଜର ସଙ୍ଗଠନକୁ ବିସ୍ତାର କରୁଛି। ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଦେଶର ଅବସ୍ଥା ଅତି ଖରାପ ସ୍ଥିତିରେ ପହଞ୍ଚିଛି। ମାତ୍ର ଦେଢରୁ ଦୁଇ ମାସ ମଧ୍ୟରେ ଆଫଗାନିସ୍ତାନକୁ ତାଲିବାନ ବରବାଦ କରିଥିବା ନେଇ ଅଭିଯୋଗ କରିଛି ଆଇଏସଆଇଏସ-କେ। ଏହି ଆତଙ୍କବାଦୀ ସଙ୍ଗଠନ କହିଛି ଯେ, ଇସଲାମ ଧର୍ମରେ ପୂର୍ବରୁ ଯେଉଁ ନିୟମ ରହିଥିଲା ତାହାକୁ ଲାଗୁ କରିବାକୁ ଚାହୁଁଛୁ। କିନ୍ତୁ ଏବେ ଆଫଗାନିସ୍ତାନରେ ତାଲିବାନ ସହ ଯୁଦ୍ଧ ଲଢିବାକୁ ଆମ ପାଖରେ ସେଭଳି ଶକ୍ତି ନାହିଁ।
ପାକିସ୍ତାନକୁ ଧ୍ୱଂସ କରିବୁ : ଆଇଏସଆଇଏସ-କେ

Share Now: