ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଚିକିତ୍ସା ପାଇଁ ମର୍କ କମ୍ପାନୀର ବଟିକା ବ୍ୟବହାରକୁ ମିଳିଲା ଅନୁମୋଦନ। ଏହା କୋଭିଡ -୧୯ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ବର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯିଏ ଏହି ବଟିକା ଦ୍ବାରା କରୋନାର ଚିକିତ୍ସା କରିବା ପାଇଁ ଅନୁମତି ଦେଇଛି। ହେଲେ ଏହି ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ୧୮ବର୍ଷରୁ ଅଧିକ ବୟସର କରୋନା ସଂକ୍ରମିତ ଲୋକଙ୍କୁ ଏହି ବଟିକା ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହି ଔଷଧର ନାମ ହେଉଛି ‘ମୋଲନୁପିରାଭିର’। କୋଭିଡର ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ଦିନକୁ ଦୁଇଥର ଏହି ବଟିକା ଖାଇବାକୁ ପଡିବ। ଏହି ଆଣ୍ଟିଭାଇରାଲ୍ ବଟିକା କରୋନାର ଲକ୍ଷଣକୁ ହ୍ରାସ କରିବ ଏବଂ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିବ। ଡାକ୍ତରଖାନାଗୁଡ଼ିକର ଭାର ହ୍ରାସ କରିବା ପାଇଁ ଏବଂ ଗରିବ ଦେଶରେ ସଂକ୍ରମଣକୁ ରୋକିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି।
କରୋନାକୁ ହରାଇବା ପାଇଁ ‘ମୋଲନୁପିରାଭିର’କୁ ବ୍ରିଟେନ ଦେଲା ମଞ୍ଜୁରୀ

Share Now: