ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଏକ ବଡ଼ ନିଷ୍ପତି ନେଇଥିଲେ। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ। ମେ ୧ତାରିଖରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିଥିବା ବେଳେ ଏ ନେଇ ଫେରନ୍ତାଙ୍କଠାରୁ ଟିକେଟ ପଇସା ନିଆଯିବ ବୋଲି କହିଥିଲା ରେଳ ମନ୍ତ୍ରାଳୟ। ଏବେ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। “ଆମେ କେବଳ ସେହି ରାଜ୍ୟଗୁଡିକ ପାଇଁ ସ୍ୱତନ୍ତ୍ର ଟ୍ରେନକୁ ଅନୁମତି ଦେଇଛୁ, ଯେଉଁମାନେ ଏ ନେଇ ଅନୁରୋଧ କରିଥିଲେ। ଆମେ କଦାପି କହି ନାହୁଁ ଯେ ଆମେ କୌଣସି ଶ୍ରମିକଙ୍କଠାରୁ ଦେୟ ନେବାକୁ ଚାହୁଁଛୁ। ପ୍ରବାସୀ ଶ୍ରମିକଙ୍କ ୮୫% ଟିକେଟ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ୧୫% ରାଜ୍ୟ ସରକାର ବହନ କରୁଛନ୍ତି। ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମସ୍ତେ ଏହି ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ଏଣୁ ଶ୍ରମିକଙ୍କଠାରୁ ରେଳବାଇ ଭଡ଼ା ଆଦାୟ କରୁଥିବା ଖବର ଅମୂଳକ ବୋଲି ବୋଲି ସୋମବାର ଦୈନିକ କରୋନାଭାଇରସ୍ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ସହ କେନ୍ଦ୍ର ସରକାର ମଧ୍ୟ ଟୁଇଟ କରି ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ରେଲମିନଇଣ୍ଡିଆ କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ଯାତ୍ରୀମାନଙ୍କୁ ଗ୍ରହଣ କରୁଛି ଏବଂ ସେମାନଙ୍କଠାରୁ କୌଣସି ଦେୟ ଆଦାୟ କରାଯାଉନାହିଁ। କୌଣସି ଭୁଲ ତଥ୍ୟରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଟୁଇଟ କରି ସୂଚନା ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ସହ ନିଜ ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ସଂପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲ ଏଣିକି ବାଧ୍ୟତାମୂଳକ: ସୁବ୍ରତ ବାଗଚୀ

Tue May 5 , 2020
ଆଉ ସୁରଟରୁ ବସ୍‌ରେ ଫେରିପାରିବେନି ପ୍ରବାସୀ ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟକୁ ଫେରିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାପରେ ଏବେ ପ୍ରବାସୀମାନଙ୍କର ଫେରନ୍ତା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ପ୍ରବାସୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସରକାର ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିଲେ। ତେବେ, ଆଜି ଠାରୁ ରାଜ୍ୟ ସରକାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial