ପାର୍ବଣ ପାଇଁ ରାତି ୮ଟା ପରେ ବନ୍ଦ ହେବ ‘ମୋ ବସ୍‌’ ସେବା

‘ମୋ ବସ୍‌’

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ। ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ। ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍‌ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି। ରାତି ୮ଟା ପରେ ଆଉ ମୋ ବସ୍‌ ସେବା ଉପଲବ୍ଧ ହେବ ନାହିଁ। ଏଥିପାଇଁ ସମସ୍ତ ରୁଟ୍‌ରେ ବସ୍‌ ଛାଡ଼ିବା ଓ ପହଞ୍ଚିବା ସମୟ ପରିବର୍ତ୍ତନ କରାଯାଇଛି। ମୋ ବସ୍‌ ଆପ୍‌ ଜରିଆରେ ଯାତ୍ରୀ ଏହି ପରିବର୍ତ୍ତିତ ସମୟ ସମ୍ବନ୍ଧରେ ଜାଣିପାରିବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ବି‌ଶେଷକରି ଯେଉଁ ବସ୍‌ଗୁଡ଼ିକ ରାତି ୮ଟା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚୁଥିଲା, ସେହି ବସ୍‌ଗୁଡ଼ିକ ହିଁ ପ୍ରଭାବିତ ହୋଇଛି। ଯେଉଁଗୁଡ଼ିକ ବିଳମ୍ବରେ ଛାଡ଼ୁଥିଲା, ସେଗୁଡ଼ିକ ସଅଳ ଛାଡ଼ୁଛି।

Share Now:

Kalinga News Beuro

Next Post

ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌ ପକ୍ଷରୁ ସ୍ମାର୍ଟଫୋନ୍‌ ବଣ୍ଟନ

Mon Oct 11 , 2021
ଭୁବନେଶ୍ବର: ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍ ତରଫରୁ ସ୍ଥାନୀୟ ସ୍ବସ୍ତି ଗ୍ରାଣ୍ଡ ହୋଟେଲରେ ଗରିବ ମେଧାବୀ ଏବଂ ଦୃଷ୍ଟିବାଧିତ ପିଲାମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ରୋଟାରିଆନ୍ ସଂଜୀବ କୁମାର ଚଢ଼ା ଯୋଗଦେଇ କହିଥିଲେ ଯେ ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥାରେ ସ୍ମାର୍ଟଫୋନ୍‌ର ଅବଶ୍ୟକତା ବଢ଼ିଯାଇଛି। ଗରିବ ମେଧାବୀ ପିଲାମାନଙ୍କୁ ଏହା ଯୋଗାଇଦେବା ଏକ ସାମାଜିକ କାର୍ଯ୍ୟକ୍ରମ ହେବା ଉଚିତ। ଡ. ସରୋଜ କୁମାର ତ୍ରିପାଠୀଙ୍କ […]
ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial