ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌ ପକ୍ଷରୁ ସ୍ମାର୍ଟଫୋନ୍‌ ବଣ୍ଟନ

ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌

ଭୁବନେଶ୍ବର: ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍ ତରଫରୁ ସ୍ଥାନୀୟ ସ୍ବସ୍ତି ଗ୍ରାଣ୍ଡ ହୋଟେଲରେ ଗରିବ ମେଧାବୀ ଏବଂ ଦୃଷ୍ଟିବାଧିତ ପିଲାମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ରୋଟାରିଆନ୍ ସଂଜୀବ କୁମାର ଚଢ଼ା ଯୋଗଦେଇ କହିଥିଲେ ଯେ ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥାରେ ସ୍ମାର୍ଟଫୋନ୍‌ର ଅବଶ୍ୟକତା ବଢ଼ିଯାଇଛି। ଗରିବ ମେଧାବୀ ପିଲାମାନଙ୍କୁ ଏହା ଯୋଗାଇଦେବା ଏକ ସାମାଜିକ କାର୍ଯ୍ୟକ୍ରମ ହେବା ଉଚିତ। ଡ. ସରୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରୋଟାରିଆନ୍ ଲକ୍ଷ୍ମୀକାନ୍ତ ଶତପଥୀ, ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ଶିଶିର କୁମାର ପଟ୍ଟନାୟକ, ଭାରତେନ୍ଦ୍ର ତ୍ରିପାଠୀ, ଦିବ୍ୟରଞ୍ଜନ ଦାସ, ନୀରଜ ନୟନଦତ୍ତ, ଶିକ୍ଷାବିତ୍ ଅନନ୍ତ କିଶୋର ଜେନା, ଦେବୀଦତ୍ତ ଦାସ, ଧୀରେନଚାନ୍ଦ ନାୟକ, ଆର୍ଯ୍ୟା ପାଣିଗ୍ରାହୀ, ସଂଘମିତ୍ରା ରଥ, ସୀମା ଅଗ୍ରୱାଲ, ଅସୀମା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଆଠଗଡ଼ରେ ଏଟିଏମ୍‌ ଗାଡ଼ି ଲୁଟିଲେ ଦୁର୍ବୁତ୍ତ : ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର, ୩ ଗିରଫ

Tue Oct 12 , 2021
ଆଠଗଡ଼ : ଆଠଗଡ଼ ଥାନା କଟକ-ନରସିଂହପୁର ରାସ୍ତାର ମହୀଧରପୁର ନିକଟରେ ସୋମବାର ଦିନ ଏଟିଏମ୍‌ରେ ଟଙ୍କା ଲୋଡ୍‌ କରିବାକୁ ଯାଉଥିବା ସିଏମ୍‌ଏସ୍‌ କମ୍ପାନି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୧ କୋଟି ୨୯ ଲକ୍ଷ ଟଙ୍କା ସହ ଗାଡ଼ି ଲୁଟି ନେଇଥିଲେ। ତେବେ ପୁଲିସ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗାଡ଼ି ସହ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା […]
ଏଟିଏମ୍‌ ଗାଡ଼ିରୁ ଲୁଟିଲେ କୋଟିଏ ୨୯ ଲକ୍ଷ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial