ପ୍ରାର୍ଥୀ ଦେବ ନାହିଁ:ରାଜ୍ୟସଭା ଦୌଡ଼ରୁ ଦୂରେଇଗଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ଖାଲି ଥିବା ୪ ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେଉଥିବା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୁଧବାର ଏହା ସ୍ପଷ୍ଟ କରିଛି । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରକାଶ କରିଛନ୍ତି ପ୍ରଦୀପ୍ତ । ଏପରିକି କଂଗ୍ରେସ, ସିପିଆଇ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇଲେ ମଧ୍ୟ ନିର୍ବାଚନ ଜିତିବାକୁ ଆବଶ୍ୟକୀୟ ସଂଖ୍ୟା ହେଉନାହିଁ ତେଣୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ନ ଦେବାକୁ ସଂସଦୀୟ ଦଳ ବୈଠକରେ ନିଷ୍ପତି ନିଆଯାଇଥିବା କହିଛନ୍ତି ପ୍ରଦୀପ୍ତ ।
ତେବେ ଅନ୍ୟପଟେ ଆଜି ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ୪ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେହେତୁ ଅନ୍ୟ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇନାହିଁ ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଏହି ୪ ଆସନ ଆସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହାସହ ଅଶ୍ୱିନୀ ବୈଷ୍ଣବ ଫର୍ମୁଲାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଛି । ଏହାବାଦ୍ ରାଜ୍ୟସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ।

Share Now:

Kalinga News Beuro

Leave a Reply

Next Post

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଲେ ବିଜେଡି ସାଂସଦ

Wed Mar 11 , 2020
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial