ଉତ୍ତର କୋରିଆର ପୁଣି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ

ସିଓଲ୍‌: ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ ଏ କଥା ଘୋଷଣା କରିଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ନାହାନ୍ତି। ସେ କହିଛନ୍ତି, ଉତ୍ତର କୋରିଆ ପୂର୍ବ ସାଗର ବା ଜାପାନ ସାଗର ଆଡ଼କୁ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉକ୍ତ କ୍ଷେପଣାସ୍ତ୍ର କେତେ ଦୂର ଗତି କରିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଜାପାନ ତଟରକ୍ଷୀ କହିଛି, ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରି ମନେ ହେଉଥିବା ଗୋଟାଏ ‌କ୍ଷେପଣାସ୍ତ୍ର ଉତ୍ତର କୋରିଆରୁ ନିକ୍ଷେପ କରାଯାଇଛି। କ୍ଷେପଣାସ୍ତ୍ରଟି ପାଣିରେ ପଡ଼ିଛି। ଜାପାନୀ ସମ୍ବାଦ ପ୍ରସାରଣକାରୀ ‘ଏନ୍‌ଏଚ୍‌କେ’ କହିଛି ଯେ, କ୍ଷେପଣାସ୍ତ୍ରଟି ଦେଶର ‘ଏକ୍ସ୍‌କ୍ଲୁସିଭ୍ ଇକୋନମିକ୍‌ ଜୋନ୍‌’ର ବାହାରେ ପଡ଼ିଛି। ଏହା ହେଉଛି ଜାପାନୀ ସ୍ଥଳଭାଗକୁ ବେଢ଼ିଥିବା ସାମୁଦ୍ରିକ ଅଞ୍ଚଳ।
ଡିସେମ୍ବର ମଧ୍ୟ ଭାଗରେ ଉତ୍ତର କୋରିଆ ପ୍ରଥମେ ‘ହ୍ୱାସଙ୍ଗ୍‌-୧୮’ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରିଥିଲା। ଏହି କ୍ଷେପଣସ୍ତ୍ର ଆମେରିକାର ମେନ୍‌ଲାଣ୍ଡ୍‌ରେ ପହଞ୍ଚିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି। ଏହା ହେଉଛି ଉତ୍ତର କୋରିଆ ନିର୍ମାଣ କରୁଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରେ ସବୁଠୁ ଆଧୁନିକ।

Share Now:

Kalinga News Beuro

Next Post

ଶିଶୁର କଟାମୁଣ୍ଡ ଉଦ୍ଧାର : ବଳି ପାଇଁ ହତ୍ୟା ସନ୍ଦେହ

Sun Jan 14 , 2024
ଯାଜପୁର: ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରୁ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି। ଶିଶୁର ପରିଚୟ ମିଳିପାରିନାହିଁ। ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ବାଡ଼ିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା। ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ। ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୁଲିସକୁ ଖବର ଦିଆଯାଇଥିଲା।ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶିଶୁର […]

ଆହୁରି ପଢ଼ନ୍ତୁ