ରୁଷ କ୍ଷେପଣାସ୍ତ୍ର ମାଡ଼ରେ ଭିନିତ୍ସିୟା ବିମାନବନ୍ଦର ଧ୍ୱଂସ

ଭିନିତ୍ସିୟା ସହର ଉପରେ ୮ଟି କ୍ଷେପଣାସ୍ତ୍ର ମାଡ଼

ନୂଆଦିିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୧୧ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷର ସେନା ଏକ ବିପର୍ଯ୍ୟୟ ପରି ୟୁକ୍ରେନ ସହରରେ ପ୍ରବେଶ କରିଛି। ରୁଷ ସେନାର ବୋମା ଏବଂ କ୍ଷେପଣାସ୍ତ୍ର ୟୁକ୍ରେନ ସହରଗୁଡିକୁ ନଷ୍ଟ କରିଚାଲିଛି। ଦୁଇ ଥର ଶାନ୍ତି ଆଲୋଚନା ବିଫଳ ହେବା ପରେ ରୁଷ ୟୁକ୍ରେନ ସହର ଉପରେ ଆକ୍ରମଣକୁ ତୀବ୍ର କରିଛି। ଆଜି ରୁଷର ସୈନ୍ୟବାହିନୀ ୟୁକ୍ରେନର ଭିନିତ୍ସିୟା ସହରକୁ ବୋମା ମାଡ କରିବା ସହ କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ଭିନିତ୍ସିୟା ସହର ଉପରକୁ ରୁଷ ୮ଟି କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଭିନିତ୍ସିୟା ବିମାନବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ନୋ-ଫ୍ଲାଏ ଜୋନ୍ ଘୋଷଣା ପାଇଁ ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ନାଟୋକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଆମର ଲୋକମାନଙ୍କୁ ସୁରକ୍ଷା ଦେବା କିମ୍ବା ଅନ୍ତତଃ ପକ୍ଷେ ବିମାନ ଯୋଗାଇଦେବା ଆପଣଙ୍କ କର୍ତ୍ତବ୍ୟ। ଯଦି ଆପଣ ତାହା କରିବେ ନାହିଁ, ତେବେ ଆମେ ଏମିତି ଧିରେ ଧିରେ ମୃତ୍ୟୁବରଣ କରୁ ବୋଲି ଆପଣ ଚାହୁଁଥିବା ଜାଣିଯିବୁ। ଏହା ପୂର୍ବରୁ ଜେଲେନସ୍କି କହିଥିଲେ ଯେ କଏଦ ହୋଇଥିବା ଲୋକଙ୍କଠାରୁ ୟୁକ୍ରେନ ମାନଚିତ୍ର ଏବଂ ରେକର୍ଡଗୁଡିକୁ ଛଡ଼ାଇ ନେଇଛି ରୁଷ। ରୁଷ ଏବେ ଓଡେସା ଉପରେ ବୋମା ପକାଇବାକୁ ଯୋଜନା କରୁଛି। ଏହା ସହ ରୁଷର ଅସ୍ତ୍ରବିରତି ଉଲଂଘନ ପାଇଁ ମାରିୟୁପୋଲରେ ଦ୍ବିତୀୟ ଥର ପାଇଁ ସ୍ଥାନାନ୍ତର କାମ ରୋକାଯାଇଛି।

Share Now:

Kalinga News Beuro

Next Post

ସହର ଭିତରେ ହରିଣ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୁଲିସ

Sun Mar 6 , 2022
ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ହରିଣ ଉଦ୍ଧାର ହୋଇଛି। ରାଜଧାନୀର ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିସନରେଟର ପିସିଆର ଟିମ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଜଣା ଗାଡ଼ି ଧକ୍କାରେ ହରିଣର ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ହରିଣର ଶିଙ୍ଗରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା କରାଇଛନ୍ତି। ହରିଣର ଗୋଡ଼ଟି ଭାଙ୍ଗି ଯାଇଥିବାରୁ […]
ସହର ଭିତରେ ହରିଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial