କବିତା ଜରିଆରେ ଇମ୍ରାନ ଖାନଙ୍କୁ ଗାଳି କଲେ ପାକ୍‌ କବି:ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ ବୋଲି କହିଲେ

ଇସ୍‌ଲାମବାଦ୍‌: ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଘୂରିବାରେ ଲାଗିଛି। ଭିଡିଓଟିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଖୁବ୍‌ ଜୋର୍‌ ନିନ୍ଦା ହେଉଥିବାର ଦେଖିବାକୁ ମିଳିଛି। ଜଣେ ପକିସ୍ତାନୀ କବି ଭିିଡିଓରେ ଇମ୍ରାନଙ୍କୁ ନିନ୍ଦା କରି ତୁମେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହେଁ ବୋଲି କହୁଥିବାର ଦେଖିବାକୁ ମିଳିଛି। ପ୍ରସିଦ୍ଧ ପାକିସ୍ତାନୀ କବି ଫର୍‌ହାତ ଆବାସ ଶାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛନ୍ତି। ଲାହୋର ଟିଭିରେ ଏକ ସାକ୍ଷାତ୍‌କାର ଦେଇ ସେ ଇମ୍ରାନଙ୍କୁ ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ତାଙ୍କ ଭାବପ୍ରବଣତା ଓ ଦେଶର ବର୍ତ୍ତମାନ ସ୍ଥିତି ବର୍ଣ୍ଣନା କରିବା ପାଇଁ ଶାହା ଏକ କବିତାର ସାହାଯ୍ୟ ନେଇଛନ୍ତି। ସେ ଏକ କବିତା ଜରିଆରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସ୍ଥିିିତି ଦୁର୍ବଳ ହୋଇପଡ଼ିଛି ବୋଲି କହିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ପୂରାପୂରି ବିଫଳ ବୋଲି ନିଜ କବିତା ଜରିଆରେ ଶାହା ଦର୍ଶାଇଛନ୍ତି। ‘ତୁମ ନୀତି ଆମକୁ ଭିକାରୀ କରିଛି। କ୍ଷମତାରେ ରହିବାର ଯୋଗ୍ୟତା ତୁମର ନାହିଁ। କାହିଁକି ତୁମେ ଆସିଲ? ଦେଶର ନାଗରିକମାନେ କେଉଁ ଭଳି ଭାବେ ଦାରିଦ୍ର୍ୟ, ଦୁର୍ନୀତି ସହ୍ୟ କରୁଛନ୍ତି ତୁମକୁ କିଛି ଜଣାନାହିଁ। ତୁମେ ଆମକୁ ବିଫଳ କରାଇଛ।’

Share Now:

Kalinga News Beuro

Leave a Reply

Next Post

୯ ହଜାର ନଡ଼ିଆରେ ନିର୍ମିତ ହେଲା ପରିବେଶ ଅନୁକୂଳ ଗଣେଶ ପ୍ରତିମା

Mon Sep 2 , 2019
ବେଙ୍ଗାଲୁରୁ: ସମଗ୍ର ଦେଶରେ ଆଜି ବିପୁଳ ଆନନ୍ଦ ଉଲ୍ଲାସର ସହ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଗଣେଶଙ୍କର ବିଭିନ୍ନ ଆକୃତି ଓ କିସମର ପ୍ରତିମା ବିଭିନ୍ନ ପୂଜା ପେଣ୍ଡାଲମାନଙ୍କରେ ସ୍ଥାନ ପାଇବା ସହ ବିଘ୍ନ ବିନାଶକଙ୍କର ଆରାଧନା ଧୂମ୍‌ଧାମ୍‌ରେ କରାଯାଇଛି। ତେବେ, କର୍ଣ୍ଣାଟକ ବେଙ୍ଗାଲୁରର ଏକ ପୂଜା ପେଣ୍ଡାଲରେ ପ୍ରତିଷ୍ଠା କରା ଯାଇଥିବା ଗଣପତିଙ୍କର ଏକ ପ୍ରତିମାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial