ଧମକ ଦିଆଯିବାରୁ ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ଅଦର ପୁନାୱାଲା

ଧମକ ଦିଆଯିବାରୁ ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ

ବିଦେଶରେ ଟିକା ଉତ୍ପାଦନ ପାଇଁ କରୁଛନ୍ତି ଯୋଜନା

ନୂଆଦିଲ୍ଲୀ: ଧମକ ଦିଆଯିବା କାରଣରୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଅଦର ପୁନାୱାଲା ଗତ ସପ୍ତାହର ଶେଷ ଭାଗରେ ବିମାନ ଯୋଗେ ଇଂଲଣ୍ଡ୍‌ ଚାଲିଯାଇଛନ୍ତି। ‘ଦି ଟାଇମ୍‌ସ୍’ ସହ ଅନୁଷ୍ଠିତ ସାକ୍ଷାତ୍‌କାରରେ ସେ କହିଛନ୍ତି, ମୁଁ ଏଠାରେ ବେଶ୍‌ କିଛି ଦିନ ରହିବି। ଏହାର କାରଣ ହେଲା, ସେ ଭଳି ପରିସ୍ଥିତିରେ ରହିବାକୁ ମୋର ଇଚ୍ଛା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ମୋ ଉପରେ ସବୁ ଭାର ପଡୁଛି। ମୁଁ ଏକେଲା ତାହା ସମ୍ଭାଳି ପାରିବି ନାହିଁ। ସେ ଭଳି ପରିସ୍ଥିତିରେ ରହିବାକୁ ମୁଁ ଚାହେଁନା କି, ଦାୟିତ୍ବ ନିର୍ବାହ କରି ମଧ୍ୟ ଅମୁକ ସମୁକଙ୍କର ଟିକା ବରାଦ ପୂରଣ କରି ନ ପାରି ଅଡୁଆରେ ପଡ଼ିବାକୁ ଚାହେଁନା। ସେମାନେ ଯାହା କରିବେ, ଆପଣମାନେ ତାହା କଳ୍ପନା କରି ପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଟିକା ପାଇବାର ପ୍ରତ୍ୟାଶା ଏବଂ କ୍ରୋଧ ବାସ୍ତବିକ ବଡ଼ ଅଭୂତପୂର୍ବ ଓ ଅସମ୍ଭାଳ। ସମସ୍ତଙ୍କର ଧାରଣା ସେମାନେ ଟିକା ପାଇବା ଉଚିତ। ତାଙ୍କ ପୂର୍ବରୁ ଅନ୍ୟ କେହି ଟିକା ପାଇବା ଉଚିତ ବୋଲି ସେମାନେ ବୁଝି ପାରୁନାହାନ୍ତି। ଗାଳି ନ ଦେଲେ ବି ଧମକ ଦେବା ସ୍ବରରେ ଟିକା ମାଗୁଛନ୍ତି। ସୂଚନାଯୋଗ୍ୟ, ଏସବୁ ଜାଣିବା ପରେ ଭାରତ ସରକାର ଅଦର ପୁନାୱାଲାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେଇଥିଲେ। ବର୍ଷକ ମଧ୍ୟରେ ୨.୫ ବିଲିୟନ୍‌ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଉତ୍ପାଦନ କରିଥିବା ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଉତ୍ପାଦନ କ୍ଷମତା ବୃଦ୍ଧି କରି ବର୍ଷକୁ ୩ ବିଲିୟନ୍‌ ଡୋଜ୍ ଟିକା ଉତ୍ପାଦନ କରିବ ବୋଲି ଯୋଜନା ଚାଲିଥିବା ସେ କହିଛନ୍ତି। ପୁନାୱାଲା ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ଯୋଗାଣ ପାଇଁ ଦେଇଥିବା ପ୍ରତିଶୃତି ଯୋଗୁଁ ଅନ୍ୟ ଦେଶମାନଙ୍କରେ ବି ସେ ଟିକା ଉତ୍ପାଦନ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ତଳକୁ ଖସିଲା କରୋନା ମିଟର : ୨୪ ଘଣ୍ଟାରେ ୮୦୧୫ ଆକ୍ରାନ୍ତ ଚିହ୍ନଟ, ୧୪ଜଣ ମୃତ

Sun May 2 , 2021
ଭୁବନେଶ୍ବର: ଆଜି ତଳକୁ ଖସିଲା କରୋନା ମିଟର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ୧୦,୪୧୩ ଥିଲା। ଆଜି ଚିହ୍ନଟ ହୋଇଥିବା ୮୦୧୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪ ହଜାର ୫୬୮ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ ହଜାର ୪୪୭ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ […]
ଆଜି ରାଜ୍ୟରେ ତଳକୁ ଖସିଲା କରୋନା ମିଟର

ଆହୁରି ପଢ଼ନ୍ତୁ