ଲୋକସଭାରୁ ଇସ୍ତଫା ଦେଲେ ଭଗବନ୍ତ ମାନ

ଲୋକସଭାରୁ ଇସ୍ତଫା ଦେଲେ ଭଗବନ୍ତ ମାନ

ନୂଆଦିଲ୍ଲୀ: ଲୋକସଭାରୁ ଆଜି ଇସ୍ତଫା ଦେଇଛନ୍ତି ଭଗବନ୍ତ ମାନ। ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସାଙ୍ଗରୁରର ସାଂସଦ ଭଗବନ୍ତ ମାନ ବାଚସ୍ପତି ଓମ ବିର୍ଲାଙ୍କୁ ଇସ୍ତଫା ଦେବା ପୂର୍ବରୁ ସୋମବାର ଶେଷ ଥର ପାଇଁ ଲୋକସଭାକୁ ଆସିଥିଲେ । ଲୋକସଭାରୁ ଇସ୍ତଫା ଦେବା ପରେ ମାନ କହିଛନ୍ତି ଯେ ସେ ଏହି ଗୃହକୁ ମିସ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ସେବା କରିବା ପାଇଁ ପଞ୍ଜାବର ଲୋକମାନେ ତାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ମୁଁ ପ୍ରତିଜ୍ଞା କରୁଛି ଯେ ମୋ ବଦଳରେ ଖୁବ ଶୀଘ୍ର ଆପର ଆଉ ଜଣେ ସାଂସଦ ସ୍ୱର ଉଠାଇବେ।
ପଞ୍ଜାବ ଭଳି ଏକ ସମ୍ବେଦନଶୀଳ ସୀମାନ୍ତ ରାଜ୍ୟକୁ ଶାସନ କରିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି, “ମୁଁ ସାତ ବର୍ଷ ଧରି ସାଂସଦ ଥିଲି। ପ୍ରଶାସନ ଚଳାଇବାରେ ଆମର ଅଭିଜ୍ଞତା ଅଛି। ଆମେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଚଳାଉଛୁ। ଆମେ ନୂଆ ନୁହଁ। ଆମେ ଜାଣୁ ସରକାର କିପରି ପରିଚାଳନା କରାଯିବ। ଦିଲ୍ଲୀ ନିର୍ଦ୍ଦେଶରେ ପଞ୍ଜାବରେ ଶାସନ ହେବ ଅଭିଯୋଗ ଉପରେ ମାନ କହିଛନ୍ତି ଯେ ସେ ଦିଲ୍ଲୀରୁ ନିର୍ଦ୍ଦେଶ ନେବେ, ଦିଲ୍ଲୀ ମଧ୍ୟ ପଞ୍ଜାବରୁ ନିର୍ଦ୍ଦେଶ ନେବ।

Share Now:

Kalinga News Beuro

Next Post

ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ

Mon Mar 14 , 2022
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାରୁ ୨୩୮ ରନରେ ହରାଇ ବଡ଼ ବିଜୟ ହାସଲ କରିଛି। ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନ କରିଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିଥିଲା। ଭାରତ ନିଜର ୨ୟ ଇନିଂସରେ ୩୦୩ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା। ଶ୍ରୀଲଙ୍କା ନିଜର ୨ୟ ଇନିଂସରେ ପୁଣି ଥରେ ବ୍ୟାଟିଂ […]
ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial