ଆଜି ରାଜ୍ୟରେ ତଳକୁ ଖସିଲା କରୋନା ମିଟର : ୨୪ ଘଣ୍ଟାରେ ୮୦୧୫ ଆକ୍ରାନ୍ତ ଚିହ୍ନଟ, ୧୪ଜଣ ମୃତ

ଆଜି ରାଜ୍ୟରେ ତଳକୁ ଖସିଲା କରୋନା ମିଟର

ଭୁବନେଶ୍ବର: ଆଜି ତଳକୁ ଖସିଲା କରୋନା ମିଟର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ୧୦,୪୧୩ ଥିଲା। ଆଜି ଚିହ୍ନଟ ହୋଇଥିବା ୮୦୧୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪ ହଜାର ୫୬୮ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ ହଜାର ୪୪୭ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫, ସୁନ୍ଦରଗଡ଼ରୁ ୭୫୩, ଅନୁଗୁଳରେ ୫୨୫ ଚିହ୍ନଟ ହୋଇଛନ୍ତି । ଏହା ସହ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ମଧ୍ୟରେ ଭଦ୍ରକ ୧, ବଲାଙ୍ଗୀର ୧, ବୌଦ୍ଧ ୧, ଦେବଗଡ଼ ୧, ଗଞ୍ଜାମ ୧, ଜଗତସିଂହପୁର ୧,କେନ୍ଦୁଝର ୨ , ଖୋର୍ଦ୍ଧା ୧,ରାୟଗଡ଼ା ୪, ସୁନ୍ଦରଗଡ ୧ ରହିଛନ୍ତି। ସେହିଭଳି କଟକରୁ ୪୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୦, ବରଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବୌଦ୍ଧ ୧୦୩, ଦେବଗଡ ୧୦୧, ଢେଙ୍କାନାଳ ୮୬, ଗଜପତି ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭ ଏବଂ ଷ୍ଟେଟ ପୁଲରୁ ୨୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ

Mon May 3 , 2021
ଯଥାଶୀଘ୍ର ପରିବାରକୁ ୧୫ଲକ୍ଷ ସହାୟତା‌ ରାଶି ପ୍ରଦାନ ପାଇଁ ଦାବି ଭୁବନେଶ୍ବର : ଦ୍ବିତୀୟ ଲହରରେ ମାତ୍ର ଗୋଟିଏ ମାସ ମଧ୍ୟରେ କୋଭିଡ୍‌ ନେଲାଣି ୧୨ରୁ ଊର୍ଧ୍ବ ସାମ୍ବାଦିକଙ୍କ ଜୀବନ। ଏଥିରେ ଉଭୟ ଛପା, ବୈଦ୍ୟୁତିକ, ୱେବ୍‌ ଚ୍ୟାନେଲର ସାମ୍ବାଦିକ ରହିଛନ୍ତି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦିଆଯାଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା […]
କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial