ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ : ଫେରାର ହୋଇଗଲେ ଶହ ଶହ କଏଦୀ

ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ

ଆବୁଜା : ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମର ହିଂସାକାଣ୍ଡ ବଢିଯାଇଛି। ମଙ୍ଗଳବାର ରାତିରେ ବୋକୋ ହାରାମର ସଦସ୍ୟମାନେ ରାଜଧାନୀ ଆବୁଜାଠାରେ ଥିବା ଏକ ଜେଲ ଉପରେ ଆକ୍ରମଣ କରି ସେଠାରେ ବନ୍ଦୀ ଥିବା ନିଜର ସଦ୍ୟମାନଙ୍କୁ ଛଡ଼ାଇନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବୋକୋ ହାରାମ ପକ୍ଷରୁ ମଙ୍ଗଳବାର ରାତିରେ ଜେଲ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜେଲର ଜଣେ ସୁରକ୍ଷା ଅଧିକାରୀ ନିହତ ହେବା ସହ ଆଉ ୩ ଜଣ ଆହତ ହୋଇଛନ୍ତି। ଏହି ଜେଲରେ ପ୍ରାୟ ୯୦୦ ଜଣ କଏଦୀ ଥିଲେ। ଏହି ଆକ୍ରମଣ ପରେ ଜେଲରେ ଥିବା କଏଦୀମାନେ ଫେରାର ହୋଇଯାଇଥିଲେ। ଫେରାର କଏଦୀଙ୍କ ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ବୋକୋ ହାରାମ ସଦସ୍ୟ ମଧ୍ୟ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ନାଇଜେରିଆ ପୁଲିସ ଓ ସେନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଇତି ମଧ୍ୟରେ ସେନା ପକ୍ଷରୁ କେତେକ ଫେରାର କଏଦୀଙ୍କୁ ପୁଣି ଗିରଫ କରାଯାଇଛି। ଜେଲରେ ବନ୍ଦୀଥିବା ନିଜର ସଦସ୍ୟମାନଙ୍କୁ ଛଡ଼ାଇବାକୁ ହିଁ ବୋକୋ ହାରାମ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା ବୋଲି କୁହାଯାଉଛି। ଆକ୍ରମଣରେ ଜେଲର କେତେକ ଅଂଶ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜେଲ ପରିସରରେ ଥିବା କେତେକ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି।

Share Now:

Kalinga News Beuro

Next Post

ନିଜ ଘରେ ରଖ ତ୍ରିରଙ୍ଗା-‘ହର ଘର୍ ତ୍ରିରଙ୍ଗା’ ଅଭିଯାନକୁ ନେଇ ବିବାଦୀୟ ବୟାନ ଦେଲେ ଫାରୁକ ଅବଦୁଲ୍ଲା -

Wed Jul 6 , 2022
ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସର ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ପୁଣି ଥରେ ନିଜ ବିବୃତି ପାଇଁ ବିବାଦୀୟ ହୋଇପଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ‘ହର ଘର୍ ତ୍ରିରଙ୍ଗା’ ଅଭିଯାନ ବିଷୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିବା ପରେ ସେ ଯେଉଁଭଳି ଭାବେ ଏହାର ଉତ୍ତର ରଖିଥିଲେ, ଏବେ ତାକୁ ନେଇ ବିବାଦ ଆରମ୍ଭ ହୋଇଛି। ବୁଧବାର ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ […]
ଫାରୁକ ଅବଦୁଲ୍ଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial